Latest Odisha News

BREAKING NEWS

ଓଡ଼ିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ୨୪ ଘଣ୍ଟାରେ ୨୯୮ ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କିନ୍ତୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି ସେହି ହିସାବରେ ସାମ୍ପୁଲ ସାଇଜ ନାହିଁ। ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ୍ କେସ୍ ବଢୁଛି । ଓଡ଼ିଶାରେ ବଢୁଛି ସଂକ୍ରମଣ । ଏଥିପ୍ରତି ସଜାଗ ରହିବାକୁ ପଡ଼ିବ।

ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ କୋଭିଡ ସଂକ୍ରମଣ ରହିଛି । ଭାଇରସ ଅଛି ମାନେ କେସ ସଂଖ୍ୟା ବଢ଼ିବ । କେତେ ପଜିଟିଭିଟି ରେଟରେ କଣ କରାଯିବ ତାଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ମନିଟରିଂ ଚାଲିଛି । ସ୍ୱାସ୍ଥ୍ୟ ସଚିବ ଏହାକୁ ମାନିଟରିଂ କରୁଛନ୍ତି । ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି ।

ଥଣ୍ଡାକାଶ ଲକ୍ଷଣ ଥିଲେ ଆସିକି ଟେଷ୍ଟ କରାନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଖୋର୍ଦ୍ଧା ମେଡିକାଲ ହବ୍ ଥିବାରୁ ଅଧିକ ସଂକ୍ରମଣ ରହୁଛି । ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଓ ଚଳପ୍ରଚଳ ଅଧିକ । ତେଣୁ ଖୋର୍ଦ୍ଧାରେ ସଂକ୍ରମଣ ବଢୁଛି । ଭାରତ ସରକାର ପଜିଟିଭିଟି ରେଟଠାରୁ ଆମ ରାଜ୍ୟରେ କମ୍ ରହିଛି । ଯେତିକି ପଜିଟିଭ ବାହାରିବ ସେଗୁଡିକ ଜିନମ ସିକ୍ବେନସିଂ ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.