Latest Odisha News

BREAKING NEWS

ସମସ୍ତେ ହେବେ ଓମିକ୍ରନ୍‌ ସଂକ୍ରମିତ; ରୋକିପାରିବନି ବୁଷ୍ଟର ଡୋଜ!

ନୂଆଦିଲ୍ଲୀ: ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଓମିକ୍ରନ୍ ପ୍ରଜାତିକୁ ରୋକିବା ପ୍ରାୟ ଅସମ୍ଭବ ଏବଂ ଶେଷରେ ଏହା ସମଗ୍ର ବିଶ୍ୱକୁ ସଂକ୍ରମିତ କରିବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ ଓମିକ୍ରନ୍‌କୁ ରୋକିବାରେ କରୋନା ବୁଷ୍ଟର ଡୋଜ ମଧ୍ୟ ଫେଲ୍‌ ମାରିପାରେ।

ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜିର ବୈଜ୍ଞାନିକ ପରାମର୍ଶଦାତା କମିଟିର ପ୍ରେସିଡେଣ୍ଟ ଡା. ଜୟପ୍ରକାଶ ଏକ ସାକ୍ଷାତକାରରେ କହିଛନ୍ତି ଯେ ବର୍ତ୍ତମାନ କରୋନା ବିପଜ୍ଜନକ ନୁହେଁ କାରଣ ଏହାର ନୂତନ ଷ୍ଟ୍ରେନ୍ ଦୁର୍ବଳ ହୋଇଛି। ଡାକ୍ତରଖାନାରେ ଭର୍ତ୍ତି ହେବା ମଧ୍ୟ କମିଛି। ସେ କହିଛନ୍ତି ଏହାକୁ ବର୍ତ୍ତମାନ ଆମେ ସାମ୍‌ନା କରିପାରିବା। ଏହା ଡେଲଟା ଅପେକ୍ଷା କମ୍‌ ଘାତକ।

Comments are closed.