ଭୁବନେଶ୍ୱର : ଓଡିଶାରେ ମଙ୍ଗଳବାର ଦିନ ୩ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର କିଛି ବୁଥରେ ଥିବା ଇଭିଏମ୍ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି ।
ଆଜି ନିର୍ବାଚନ ଲାଗି ବହୁସଂଖ୍ୟାରେ ଭୋଟରମାନେ ଆସି ବୁଥକେନ୍ଦ୍ରରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଥିବାବେଳେ ଆଉ କିଛି କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)ରେ ଯାନ୍ତ୍ରୀକ ତ୍ରୁଟି ହେବା ଯୋଗୁଁ ଭୋଟଦାନ ବିଳମ୍ବ ହୋଇଛି ।
କଟକ: ବାଙ୍କୀ (ବୁଥ୍ ନଂ-୯୬ ଓ ୧୦୯), ତାଳବସ୍ତ (ବୁଥ୍ ନଂ-୧୬୨), ରାଜାବଗିଚା (ବୁଥ୍ ନଂ-୧୭୯), ବାଦାମବାଡି ନ୍ୟୁ କଲୋନୀ (ବୁଥ୍ ନଂ-୧୬୯), ଆଠଗଡ (ବୁଥ୍ ନଂ-୧୦୧), ଲକ୍ଷ୍ମୀନାରାୟଣପୁର (ବୁଥ୍ ନଂ-୧୦୨), ରାଧାଗୋବିନ୍ଦପୁର (ବୁଥ୍ ନଂ-୧୧୫), କିଶୋରଗଞ୍ଜ (ବୁଥ୍ ନଂ-୯୮), ତାରାଡିହି (ବୁଥ୍ ନଂ-୧୪୩) ଆଦି ବୁଥରେ ଇଭିଏମ ମେସିନରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି ।
ଢେଙ୍କାନାଳ: ହିନ୍ଦୋଳ (ବୁଥ୍ ନଂ-୧୯୩,୧୯୪ ଓ ୨୩୨), ତାଳଚେର (ବୁଥ୍ ନଂ-୭୧) କରଞ୍ଜିଆ
ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀର (ବୁଥ୍ ନଂ-୧୧୨), ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର (୩୨ନଂ ବୁଥ୍), ୟୁନିଟ୍-୪ (ବୁଥ୍ ନଂ- ୫୭), ଅନ୍ଧାରୁଆ (ବୁଥ୍ ନଂ- ୩୯), ମନ୍ତ୍ରୀ ସାହି (ବୁଥ୍ ନଂ- ୧୫୦), ବେଗୁନିଆ (ବୁଥ୍ ନଂ- ୩୪ ଓ ୩୬), ମଧୁସୂଦନ ନଗର (ବୁଥ୍ ନଂ-୭୦), ଖୋର୍ଦ୍ଧା (ବୁଥ୍ ନଂ- ୧୬୬), କାଇପଦର (ବୁଥ୍ ନଂ- ୧୫୭) ଏବଂ ଜଟଣୀ ପୌର ପରିଷଦର (୧୭୯, ୧୮୦, ୧୮୧ ଓ ୧୮୨ ନମ୍ବର ବୁଥ୍) ରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ହୋଇଛି ।
ସମ୍ବଲପୁର: ସାକ୍ଷୀଗୋପୀନାଥପୁରର (୧୧୩, ୧୧୫ନଂ ବୁଥ୍), କଟରପାଲୀ (ବୁଥ୍ ନଂ- ୧୨୨), କୁଚିଣ୍ଡା (ବୁଥ୍ ନଂ- ୧୦୧,୧୩୫, ୧୩୮ ଓ ୧୪୫)ରେ ଇଭିଏମ୍ ଅଚଳ ହୋଇପଡ଼ିଛି ।
କେନ୍ଦୁଝର: କରଞ୍ଜିଆ (ବୁଥ୍ ନଂ- ୩୬), କେନ୍ଦୁଝର ସଦର (ବୁଥ୍ ନଂ- ୪୫,୨୧୩ ଓ ୨୧୨), ଖପରାଖାଇ (ବୁଥ୍ ନଂ- ୧୪୬), ଚମ୍ପୁଆ (ବୁଥ୍ ନଂ- ୨୦୬), ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ନଂ ବୁଥ୍, କେନ୍ଦୁଝର ମ୍ୟୁନିସ୍ପାଲିଟିର ୨୨୧, ୨୪୩ ଓ ୨୫୫ ବୁଥ୍ର ଇଭିଏମ୍ରେ ତ୍ରୁଟି ଦେଖାଯାଇଛି ।
Comments are closed.