ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି ।
ସମୁଦାୟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪,୫୬,୭୨୯ ରହିଛି । ଏଥିସହିତ ପ୍ରାୟ ୧୧୬୩ ଜଣ ତୃତୀୟ ଲିଙ୍ଗ(ଟ୍ରାନ୍ସଜେଣ୍ଡର) ଭୋଟର ସାମିଲ ରହିଛନ୍ତି, ଯେଉଁମାନେ ୩ୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଲାଗି ୬ଜଣ ମହିଳାଙ୍କ ସମେତ ପ୍ରାୟ ୬୧ଜଣ ପ୍ରାର୍ଥୀ ମଇଦାନ ଓହ୍ଲାଇଛନ୍ତି । ଯେତେବେଳେକି ବିଧାନସଭା ଆସନ ଲାଗି ୩୫୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ଲାଗି ହେବାକୁ ଥିବା ମତଦାନ ପ୍ରାୟ ୧୦,୪୬୪ ବୁଥରେ ଅନୁଷ୍ଠିତ ହେଉଛି ।
ସମ୍ବଲପୁର (ଲୋକସଭା)-(ସାଧାରଣ), କୁଚିଣ୍ଡା (ଏସଟି), ରେଙ୍ଗାଲି (ଏସସି), ସମ୍ବଲପୁର (ସାଧାରଣ), ଛେଣ୍ଡିପଦା (ଏସସି), ରେଢାଖୋଳ (ସାଧାରଣ), ଦେଓଗଡ (ସାଧାରଣ), ଆଠମଲ୍ଲିକ୍ (ସାଧାରଣ) ।
କେନ୍ଦୁଝର (ଲୋକସଭା)- (ଏସଟି), ତେଲକୋଇ (ଏସଟି), ଘସିପୁରା (ସାଧାରଣ), ଆନନ୍ଦପୁର (ଏସସି), ପାଟନା (ଏସଟି), ଚମ୍ପୁଆ (ସାଧାରଣ), କେନ୍ଦୁଝର (ଏସଟି) ଏବଂ କରଞ୍ଜିଆ (ଏସଟି) ।
ଢେଙ୍କାନାଳ (ଲୋକସଭା)- (ସାଧାରଣ), ଢେଙ୍କାନାଳ (ସାଧାରଣ), ହିନ୍ଦୋଳ (ଏସସି), ପରଞ୍ଜଙ୍ଗ(ସାଧାରଣ), କାମାକ୍ଷାନଗର (ସାଧାରଣ), ପାଲଲହରା (ସାଧାରଣ), ତାଳଚେର (ସାଧାରଣ) ଏବଂ ଅନୁଗୁଳ (ସାଧାରଣ) ।
କଟକ (ଲୋକସଭା)- (ସାଧାରଣ), ବଡମ୍ବା (ସାଧାରଣ), ବାଙ୍କି (ସାଧାରଣ), ଆଠଗଡ (ସାଧାରଣ), କଟକ-ବାରବାଟି (ସାଧାରଣ), ଚୌଦ୍ୱାର-କଟକ(ସାଧାରଣ), କଟକ ସଦର (ଏସସି) ଏବଂ ଖଣ୍ଡପଡା (ସାଧାରଣ) ।
ପୁରୀ (ଲୋକସଭା)- (ସାଧାରଣ), ପୁରୀ (ସାଧାରଣ), ବ୍ରହ୍ମଗିରି (ସାଧାରଣ), ସତ୍ୟବାଦୀ (ସାଧାରଣ), ପିପିଲି (ସାଧାରଣ), ଚିଲିକା (ସାଧାରଣ), ରଣପୁର (ସାଧାରଣ) ଏବଂ ନୟାଗଡ (ସାଧାରଣ) ।
ଭୁବନେଶ୍ୱର (ଲୋକସଭା)- (ସାଧାରଣ), ଜୟଦେବ (ସାଧାରଣ), ଭୁବନେଶ୍ୱର-ମଧ୍ୟ (ସାଧାରଣ), ଭୁବନେଶ୍ୱର-ଉତ୍ତର (ସାଧାରଣ), ଭୁବନେଶ୍ୱର-ଏକାମ୍ର (ସାଧାରଣ), ଜଟଣୀ (ସାଧାରଣ), ବେଗୁନିଆ (ସାଧାରଣ) ଏବଂ ଖୋର୍ଦ୍ଧା (ସାଧାରଣ) ।