Latest Odisha News

BREAKING NEWS

ଆଜି କେନ୍ଦ୍ରାପଡା ଓ ବାଲେଶ୍ୱରରେ ମୋଦୀଙ୍କ ହାଇଭୋଲଟେଜ୍ ପ୍ରଚାର୍

ଭୁବନେଶ୍ୱର : ଏପ୍ରିଲ୍ ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ।

ଏହି ଗସ୍ତ ସମୟରେ ମୋଦୀ କେନ୍ଦ୍ରାପଡା ଓ ବାଲେଶ୍ୱରରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ।

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ନାୟକ ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ପ୍ରାୟ ୧୦ଟା ୩୦ମି. ସମୟରେ କେନ୍ଦ୍ରାପଡାର ବରୁଆ ଠାରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହୋଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ୍ ଦେବେ ।

ପରବର୍ତ୍ତୀ ସମୟରେ ମୋଦୀ ବାଲେଶ୍ୱର ଅଭିମୁଖେ ଗସ୍ତ କରି ପାଖାପାଖି ଦିନ ୧୨ଟା ବେଳେ ସେଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.