କଟକ : ଏପ୍ରିଲ୍ ୨୩ ତାରିଖ ତଥା ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବୀରକିଶୋରପୁର ଗ୍ରାମର ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ମାମଲାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି ।
ଏସମ୍ପର୍କରେ ହାଇକୋର୍ଟର ବରିଷ୍ଠ ଓକିଲ ଓ ରାଜ୍ୟ ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଓଡିଶାରେ ୩ୟ ପର୍ଯ୍ୟାୟ ମତଦାନ ତଥା ଏପ୍ରିଲ୍ ୨୩ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ବୀରକିଶୋରପୁର ଗ୍ରାମର ବଳଭଦ୍ର ନୋଡାଲ୍ ଉପା. ହାଇସ୍କୁଲର ବୁଥନଂ-୭୮ରେ ଏହି ବିଜେପି ନେତା ଜଣକ ଇଭିଏମ୍ ଭଙ୍ଗାରୁଜା କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।
ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ମିଶ୍ର ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ।
ଅପରପକ୍ଷରେ ତାଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରାଯିବାର ଗୋଟିଏ ଦିନ ପରେ ଶ୍ରୀଯୁକ୍ତ ମିଶ୍ର ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରି ଉକ୍ତ ଘଟଣାରେ ତାଙ୍କର କୌଣସିପ୍ରକାର ଭୂମିକା ନଥିବା ସଙ୍ଗେସଙ୍ଗେ ଏହାର ନିରପେକ୍ଷ ତଦନ୍ତ ଲାଗି ଦାବି କରିଥିଲେ ।
Comments are closed.