ଭୁବନେଶ୍ୱର: ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ନିଜ ଆୟଠାରୁ ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ତାଙ୍କ ଘରୁ ଜବତ କରିଛି ଭିଜିଳାନ୍ସ । ବାଲେଶ୍ୱରରେ ତିନୋଟି ବହୁତଳ ପ୍ରାସାଦ ସମେତ ଭୁବନେଶ୍ୱରରେ ୨ଟି ଫ୍ଲାଟ, ୮ଟି ପ୍ଲଟ, ୧.୬୧ କୋଟି ଟଙ୍କାର ଡିପୋଜିଟ, ୨.୭୯ ଲକ୍ଷ କ୍ୟାସ ସମେତ ଅଳଙ୍କାର, ଗାଡି ଆଦି ଜବତ କରିଥିଲା ଭିଜିଲାନ୍ସ । ଏସବୁ କେଉଁ ସୂତ୍ରରୁ ଆସିଲା ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ସଂପୃକ୍ତ ଅଧିକାରୀ । ଗିରଫ ପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟକୁ ପଠାଇଛି ଭିଜିଲାନ୍ସ । ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା SWO ଜୟନ୍ତୀ ବେହେରା ଓ ତାଙ୍କ ପୁଅ ନାମରେ ରୁଜୁ କରାଯାଇଛି ।
ସୂଚନାଥାଉ କି, ଗତକାଲି ସକାଳୁ ଜୟନ୍ତୀ ବେହେରାଙ୍କ ଘର, ଅଫିସ ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ । ଜୟନ୍ତୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେଣ୍ଟର ଅଫିସରର ଚାମ୍ବରରେ ମଧ୍ୟ ଚଢ଼ାଉ କରାଯାଇଥିଲା ।
Comments are closed.