ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି । ନିର୍ବାଚନ ସମୟରେ ମୃତ୍ୟୁବରଣ କରିଥିବା ଦୁଇ ଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଦୁଇ ମୃତ ନିର୍ବାଚନ କର୍ମଚାରୀ ହେଉଛନ୍ତି ଗଜପତି ଜିଲ୍ଲାର ସ୍ୱର୍ଗତଃ ଏସୋ ମାଝୀ ଅନ୍ୟଜଣେ ଯାଜପୁର ଜିଲ୍ଲାର ସ୍ୱର୍ଗତଃ ମନୋରଞ୍ଜନ ସାହୁ । ସେମାନେ ଯଥାକ୍ରମେ ଗଜପତି ଜିଲ୍ଲା ବୁଥ୍ ନମ୍ବର-୨୦୪ ଓ ଯାଜପୁର ଜିଲ୍ଲା ବୁଥ୍ ନମ୍ବର-୧୫୭ରେ ନିର୍ବାଚନ କର୍ମଚାରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।
ଦୁଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କୁ ଶୀଘ୍ର ବିଧିମତେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ଗଜପତି ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.