Latest Odisha News

ବିଦ୍ୟାଶ୍ରୀଙ୍କ ନାଁରେ ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ଗାର୍ଲଫ୍ରେଣ୍ଡ ଚିନ୍ମୟୀ ମିଶ୍ର । ଏହାଛଡା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାଁ ମଧ୍ୟ ସେ ଏତଲା ଦେଇଛନ୍ତି ।

ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ବିସ୍ମିତ ତାଙ୍କୁ କ୍ରାଇମବ୍ରାଂଚ ଅଫିସର କହି ଧମକାଇଥିବା ଚିନ୍ମୟୀ ଅଭିଯୋଗ କରିଛନ୍ତି ।

ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱକାର କରିଛନ୍ତି । ଫେସବୁକ୍‌ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଏହା ଅଳ୍ପ ମାସର ଥିଲା ବୋଲି ସେ ପୂର୍ବରୁ କହିଛନ୍ତି । କିନ୍ତୁ ସେପଟେ ଆଦିତ୍ୟଙ୍କ ବାପା , ମାଆ ଏବଂ ପତ୍ନୀ ବିଦ୍ୟାଶ୍ରୀ ଆଦିତ୍ୟ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥିବା ସନ୍ଦେହ କରୁଛନ୍ତି । ଏନେଇ ସେମାନେ ଅଭିଯୋଗ ମଧ୍ୟ ଆଣିଛନ୍ତି । ଏପରିକି ସାଇକୋଲେଡି ବୋଲି କହିଛନ୍ତି । ଏହାକୁ ନେଇ ଚିନ୍ମୟୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.