Latest Odisha News

BREAKING NEWS

କଂଗ୍ରେସକୁ ଆଉ ଏକ ଝଟକା, ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

ଭୁବନେଶ୍ବର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତା ମାନଙ୍କର ଦଳଡିଆଁ ପର୍ବ ସେତିକି ଅଧିକ ଚାଲୁଛି । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଏହି ପ୍ରରିପେକ୍ଷିରେ ଆଜି ପୁଣି ଜଣେ ବରିଷ୍ଠ ନେତା ହାତ ଛାଡିଛନ୍ତି ।

କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ପିସିସି ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କଂଗ୍ରେସ ଛାଡିବା ପରେ ଗଣେଶ୍ବରଙ୍କର ଆଗାମୀ ପଦକ୍ଷେପ କ’ଣ ରହିବ ତା’ଉପରେ ଏବେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ରୁ ୧୯୯୦ ଓ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ ।

ଏହାପରେ ୨୦୦୦ ଓ ୨୦୦୪ରେ ସେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.