Latest Odisha News

BREAKING NEWS

ପୂର୍ବତନ ଓଡିଶା ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆକ୍ରମଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବୁଧବାର ରାତିରେ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳି ମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଏହି ପୂର୍ବତନ ବିଧାୟକ ଜଣକ ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଗାଡିରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଅଚାନକ ଦୁଇଜଣ ବାଇକ୍ ଚାଳକ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ।

ତେବେ ସୌଭାଗ୍ୟବଶଃ ତାଙ୍କର କୈାଣସି କ୍ଷତି ହୋଇନଥିବା ଜଣାପଡିଛି।

Comments are closed.