Latest Odisha News

BREAKING NEWS

ଓଡ଼ିଶା ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ପରୀକ୍ଷା କର: ହାଇକୋର୍ଟ

କଟକ: ବିନା ପରୀକ୍ଷାରେ ଓଡ଼ିଶା ପ୍ରବେଶ ମନା । ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ଆସିବା ପୂର୍ବରୁ କରୋନା ପରୀକ୍ଷା କରାଯାଉ । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ହାଇକୋର୍ଟ କହିଛନ୍ତି, ଓଡ଼ିଶାକୁ ପ୍ରବଶେ ପୂର୍ବରୁ ସମସ୍ତ ପ୍ରବାସୀଙ୍କ କୋଭିଡ-୧୯ ପରୀକ୍ଷା କରାଯାଉ । ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିବ । ଆଉ ଯାହାର ପଜିଟିଭ ଆସୁଛି, ସମ୍ପୃକ୍ତ ଶ୍ରମିକ ରହୁଥିବା ରାଜ୍ୟର ରାଜ୍ୟ ସରକାର ସେମାନଙ୍କ ସେଠାରେ ହିଁ ଚିକିତ୍ସା କରିବା ବ୍ୟବସ୍ଥା କରନ୍ତୁ ।

ପ୍ରବାସୀ ଓଡ଼ିଆଙ୍କ ପ୍ରବେଶକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣି କିରି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ରାଜ୍ୟ ସରକାର ୫ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା କରୁଛନ୍ତି । ଏଭଳି ସ୍ଥିତିରେ ବସ୍ କିମ୍ବା ଟ୍ରେନ୍‌ରେ ଶ୍ରମିକଙ୍କୁ ଏକାଠି ଆଣିଲେ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ବାହାର ରାଜ୍ୟରୁ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସମ୍ଭାବନା ରହିଛି ।

Leave A Reply

Your email address will not be published.