Latest Odisha News

BREAKING NEWS

ଅବକାରୀ ବିଭାଗର ଚଢାଉ;୪୬୨୦ଲିଟର ମଦ ଓ ୨୬୨୮୫ ଲିଟର ପୋଚ ଜବତ

କଟକ: ଶୁକ୍ରବାର ଏକ ବଡଧରଣର ଅବକାରୀ ଚଢାଉ । କୋରଙ୍ଗାରେ ସଦ୍ୟ ପ୍ରସ୍ତୁତ ୪୬୨୦ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୬୨୮୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ।ଆଠଗଡ ଅବକାରୀ, ନରସିଂହପୁର ଅବକାରୀ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ ପୋଲିସ ପକ୍ଷରୁ ନିରୀକ୍ଷକ ରବି ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଏହି ମିଳିତ ଚଢାଉ କରାଯାଇଥିଲା।

ସୂଚନାଥାଉକି, ଗ୍ରାମର କେତେକ ଘରେ ଓ ନିକଟସ୍ଥ କାଜୁ ଜଙ୍ଗଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିଲା ମଦ । ଏ ସମ୍ପର୍କ ୬ଟି ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

 

 

Comments are closed.