Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶବ୍ୟାପି ବଳବତ୍ତର ରହିଛି ଲକଡାଉନ । ଏହାମଧ୍ୟରେ ରାଜସ୍ୱ ବୃଦ୍ଧି ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢାଇଛନ୍ତି କେନ୍ଦ୍ର ସରକାର ।

ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ତଥାପି ଏଥିରେ ସାଧାରଣ ଲୋକ ପ୍ରଭାବିତ ହେବେ ନାହିଁ ।

ପେଟ୍ରୋଲ ପମ୍ପ ଗୁଡିକରେ ଖୁଚୁରା ମୂଲ୍ୟ ସମାନ ରହିବ ।

ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ତେବେ ଏହାର ପ୍ରଭାବ ଖୁଚୁରା ଦର ଉପରେ ବା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି । ଅର୍ଥାତ୍ ଏହା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ ।

ପେଟ୍ରୋଲ ଏବଂ ଡିଜେଲ ଉପରେ ବର୍ଦ୍ଧିତ ଶୁଳ୍କ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହନ କରିବେ । ମଙ୍ଗଳବାର ମଧ୍ୟରାତ୍ରିରୁ ଏକ୍ସାଇଜ୍ ଡ୍ୟୁଟିର ନୂତନ ହାର ଲାଗୁ ହୋଇଯାଇଛି ।

ଏହି ବର୍ଦ୍ଧିତ ଏକ୍ସସାଇଜ୍ ଡ୍ୟୁଟିରୁ ଆସିବାକୁ ଥିବା ଟଙ୍କା ଭିତିଭୂମୀ ବିକାଶ ଏବଂ ଅନ୍ୟାନ୍ୟ ବିକାଶମୁଳକ କାମରେ ଲାଗିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Comments are closed.