Latest Odisha News

BREAKING NEWS

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି  । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି  ।

ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି  । ଭିଜିଲାନ୍ସର ୫ଜଣିଆ ଟିମ ଏଥିରେ ସାମିଲ ହୋଇଛନ୍ତି । ସଂପୃକ୍ତ ଅଧିକାରୀଙ୍କ ଜୟପୁର ଫାୟାର ଷ୍ଟେସନ ନିକଟରେ ଥିବା ୩ମହଲା କୋଠା ,  ଜୟପୁରର ପ୍ରକାଶ ବିଦ୍ୟାଳୟ ନିକଟରେ ଥିବା ଜମି , ଜୟପୁର ହନଗୁଡାରେ ଥିବା ପାର୍କିଂ ସେଡ୍ , ନବରଙ୍ଗପୁରରେ ଥିବା ଅଫିସ୍ ଚାମ୍ବର ,  ନବରଙ୍ଗପୁରର ଚାନୁରିଆ ଗୁଦା ଓ ସଦାଶିବ ମାର୍ଗରେ ଥିବା  ଆବାସିକ ଭଡା ଘରେ ଚଢାଉ ଜାରି ରହିଛି ।

Leave A Reply

Your email address will not be published.