Latest Odisha News

BREAKING NEWS

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ୩୭୧, ରିପବ୍ଲିକ ଭାରତ ମାଟ୍ରିଜ୍ ୩୫୩ରୁ ୩୬୮, ଟିଭି-୫ ତେଲୁଗୁ ୩୫୯, ନ୍ୟୁଜ ନାସନ ୩୪୨ରୁ ୩୭୮ ଓ ଜନ କି ବାତ୍ ୩୬୨ରୁ ୩୯୨ ସିଟ୍ ଦେଇଛି। ଏକଜିଟ୍ ପୋଲ୍ ସତ ହେଲେ ପୁଣି କେନ୍ଦ୍ରରେ ଏନଡିଏ ସରକାର ଆସିପାରେ । ବିଜେପିର ୪୦୦ ପାର୍ ନାରା ସତ ନହେଲେ ବି ସରକାର ଗଠନ କରିପାରେ ଏନଡିଏ।

ଏକଜିଟ୍ ପୋଲ ଆକଳନ ସତ ହେଲେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଶକ୍ତ ଝଟକା । ରିପବ୍ଲିକ୍ ଭାରତ-ପି ମାର୍ଗ ଇଣ୍ଡିଆ ମେଣ୍ଟକୁ ୧୫୪ ସିଟ୍ ଦେଇଛି। ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ୧୨୫, ରିପବ୍ଲିକ ଭାରତ ମାଟ୍ରିଜ୍ ୧୨୫, ନ୍ୟୁଜ ନାସନ୧୫୩ରୁ ୧୬୯ ଓ ଜନ କି ବାତ୍ ୧୪୧ରୁ ୧୬୧ ଦେଇଛି ।

  • ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆର ସର୍ଭେ ଅନୁଯାୟୀ, ତାମିଲନାଡୁରେ ଇଣ୍ଡିଆ ୩୩-୩୭ ସିଟ୍ ଏବଂ ବିଜେପି ୨-୪ ସିଟ୍ ପାଇବାର ସମ୍ଭାବନା ରହିଛି।
  • ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆ ସର୍ଭେରେ କର୍ଣ୍ଣାଟକରେ ଏନଡିଏକୁ ୫୫% ଭୋଟ୍ ମିଳିପାରେ। ସିଟ୍ ବିଷୟରେ କହିବାକୁ ଗଲେ, ଏନଡିଏ ୨୦-୨୨ ସିଟ୍ ମିଳିବାକୁ ଆଶା ଥିବା ବେଳେ ଇଣ୍ଡିଆ ଆଲାଇନ୍ସକୁ ୩-୫ ଟି ସିଟ୍ ମିଳିପାରେ । ସେହିପରି ଜେଡିଏସକୁ ୩ ଟି ସିଟ୍ ମିଳିପାରେ ।
  • ଇଣ୍ଡିଆ ଟୁଡେ-ଆକ୍ସି ମାଇ ଇଣ୍ଡିଆ ଅନୁଯାୟୀ, ବିହାରରେ ଇଣ୍ଡିଆ ୪୮ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି। ରାଜ୍ୟର ୪୦ ଟି ସିଟ୍ ମଧ୍ୟରୁ ଏନଡିଏ ୨୯-୩୩ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି।
  • ଇଣ୍ଡିଆ ଟୁଡେ-ଆକ୍ସି ମାଇ ଇଣ୍ଡିଆ ଅନୁଯାୟୀ, ପୁଣିଥରେ ଦିଲ୍ଲୀରେ ବିଜେପି ୭-୭ ସିଟ୍ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ଇଣ୍ଡିଆ ମେଣ୍ଟକୁ ୨ଟି ସିଟ୍ ମିଳିପାରେ ।
Leave A Reply

Your email address will not be published.