Latest Odisha News

BREAKING NEWS

ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ସରକାର : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି। ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ପାଲଟିଥିବା ବିଜେଡ଼ି  ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଅହେତୁକ ଦର ବୃଦ୍ଧିରୁ ରାଜ୍ୟବାସୀଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ, ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେବଳ ବିଭିନ୍ନ ବୟାନ ବାଜିରେ ବ୍ୟସ୍ତ ଥିବା କହି ଶାସକ ବିଜେପିକୁ ସେ କଡା ଟାର୍ଗେଟ କରିଛନ୍ତି। ରାଜ୍ୟରେ କଳାବଜାରୀ କାରଣରୁ ଦରବୃଦ୍ଧିର  ହେଉଥିବା ବେଳେ ଏହାକୁ ରୋକିବାରେ ସରକାର ବିଫଳ ହୋଇଥିବା ସେ  କହିଛନ୍ତି।  ଦରଦାମ ବୃଦ୍ଧି କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନିକଟରେ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ତରଫରୁ ଦିଆଯାଇଥିବା ମନ୍ତବ୍ୟରୁ ମଧ୍ୟ ସ୍ପଷ୍ଟ ହୋଇଛି।

ସେ ଆହୁରି କହିଛନ୍ତି, ପିଡିଏସ ବଣ୍ଟନ ବିଫଳ ହେବା କାରଣରୁ କନ୍ଧମାଳ ଜିଲ୍ଲାରେ ଦୁଇଜଣ ମହିଳାଙ୍କ ଆମ୍ୱ ଟାକୁଆ ଜାଉ ଖାଇ ମୃତ୍ୟୁ ହୋଇଛି। ଅପର ପକ୍ଷରେ, ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ପାଞ୍ଚ ମାସ ମଧ୍ୟରେ ଅତ୍ୟାବଶକୀୟ ଜିନିଷର ଦର ବଢ଼ି ଚାଲିଛି । ଗତ ଜୁନ ମାସରେ ଆଳୁ ଦର ପ୍ରତିକିଲୋ ୨୦ ଟଙ୍କା ଥିଲାବେଳେ ଏବେ ୩୫ ଟଙ୍କା, ପିଆଜ କିଲୋ ୨୦ ରୁ  ୬୦ ଟଙ୍କା, ହରଡ଼ ଡାଲି ୧୩୦ ରୁ ୧୮୦ ଟଙ୍କା, ମୁଗଡାଲି  ୧୦୦ ରୁ ୧୨୫ ଟଙ୍କା, ବିରିଡାଲି ୧୨୦ ରୁ ୧୪୫ ଟଙ୍କା, ସୋରିଷତେଲ ୧୫୦ ରୁ ୧୮୦ ଟଙ୍କା, ରିଫାଇନ ତେଲ ୧୧୪ ରୁ ୧୪୪ ଟଙ୍କାରେ ପହଁଚିଛି । ସେହିପରି ସବୁଜ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି ।

ରାଜ୍ୟବାସୀଙ୍କୁ ଏହି ଦରବୃଦ୍ଧିରୁ ଉଦ୍ଧାର କରିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବାକୁ ବିଜେଡ଼ି ଦାବି କରୁଥିବା ଡ ମହାନ୍ତି କହିଛନ୍ତି।

Leave A Reply

Your email address will not be published.