Latest Odisha News

ତୃତୀୟ ଲହର ଆଣିବ କି କେରଳର ବର୍ଦ୍ଧିତ ମାମଲା?

କେରଳ: ଶନିବାର ଭାରତ ୪୬,୭୫୯ ନୂତନ କୋଭିଡ୍‌ ମାମଲା ରିପୋର୍ଟ ହୋଇଛି। କେରଳ ରେକର୍ଡ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। କେରଳରେ ୩୨,୮୦୧ ତାଜା ସଂକ୍ରମଣ ମାମଲା ରେକର୍ଡ ହେବା ସହିତ ଏବଂ ୧୭୯ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, କେରଳ ବର୍ତ୍ତମାନ ଦେଶର ସମସ୍ତ ସକ୍ରିୟ କରୋନା ମାମଲାର ଅଧାରୁ ଅଧିକ ରହିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

‌‌କେରଳର ବର୍ଦ୍ଧିତ କରୋନା ମାମଲାରେ ଗତ ୨୪ ସର୍ବାଧିକ ମାମଲା ରେକର୍ଡ ହୋଇଥିବା ଜଣାପଡ଼ିଛି। ଏକ ସ୍ପଷ୍ଟ ସୂଚକ ଅଟେ ଯେ ଦେଶରେ କରୋନା ମାମଲା ବଢି ଚାଲିଛି। ଏହା ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଶଙ୍କା ମଧ୍ୟ ବୃଦ୍ଧି କରିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଥିପାଇଁ ବେଶି ସତର୍କ ରହିବାକୁ ସୂଚନା ଦେଇଛନ୍ତି ବିଶେଷଜ୍ଞ।

Comments are closed.