Latest Odisha News

BREAKING NEWS

ପାରା ଅଲିମ୍ପିକ୍ସ: ଟିଟି ଫାଇନାଲରେ ଭାବିନା

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଥିବା ଭାବିନା ପଟେଲ ଶନିବାର ଟେବୁଲ ଟେନିସ ୱିମେନ୍ସ ସିଙ୍ଗଲ୍ସ କ୍ଲାସ-୪ର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେମିଫାଇନାଲରେ ଚୀନର ଚାଙ୍ଗ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧ ଓ ୧୧-୮ରେ ପରାସ୍ତ କରିଥିଲେ ।

ପୂର୍ବରୁ ସର୍ବିୟାର ବୋରସିଲଭା ପେରିକ ରାଙ୍କୋଭିଚ ଓ ବ୍ରାଜିଲର ଜୟସ ଡି ଅଲିଭେରିୟାଙ୍କ ପରି ପ୍ରତିଷ୍ଠିତ ଖେଳାଳିଙ୍କୁ ପରାସ୍ତ କରିଥିଲେ । ସ୍ୱର୍ଣ୍ଣ ପଦକ ପାଇଁ ହେବାକୁ ଥିବା ମୁକାବିଲାରେ ୩୪ ବର୍ଷୀୟା ଭାବିନା ଚୀନର ୟିଙ୍ଗ ଜୋଉଙ୍କୁ ଭେଟିବେ ।

Leave A Reply

Your email address will not be published.