ନୀଳଗିରି:ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ୭ନମ୍ବର ୱାର୍ଡ ବାଳିଗୋହିରୀ ସ୍ଥିତ ସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଅଘଟଣ । ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟରରେ କାଟୁଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରେମୁଣା ବ୍ଲକ ଅଧିନସ୍ଥ ବିମୁରିଆ ଗାଁର ବୀରେନ୍ଦ୍ର ସିଂହ । ଫିଲିଙ୍ଗି ଷ୍ଟେସନରେ ଥିବା ପୁରୁଣା ତେଲ ଟାଙ୍କିକୁ ପେଟ୍ରୋଲ ପମ୍ପ ଭିତରେ କଲିକତା ଅଞ୍ଚଳ ୩ ଗ୍ୟାସ କର୍ମଚାରୀ ଗ୍ୟାସ କଟରରେ କାଟୁଥିବା ବେଳେ ଅଘଟଣ ଘଟିଛି।
ସୂଚନାଥାଉକି,ଗ୍ୟାସ ଟାଙ୍କି ଫାଟିଯିବାରୁ ଟାଙ୍କିର ଢ଼ାଙ୍କୁଣୀ ବୀରେନ୍ଦ୍ର ସିଂହଙ୍କ ଠାରେ ବାଡେଇ ଯିବାରୁ ଘଟଣା ସ୍ଥଳରେ ପ୍ରାଣ ହରେଇଛନ୍ତି । ଘଟଣା ପରେ ଟାଙ୍କି ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ୍ କଟର କର୍ମଚାରୀ ୨ଜଣଙ୍କୁ ଉଠାଇ ନେଇଛି ପୋଲିସ ।
ଏଣେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କୁ ନ୍ୟାୟ ଦାବିରେ ଲୋକେ ଭଙ୍ଗାରୁଜା କରିଛନ୍ତି।
୫୦ ଲକ୍ଷ କ୍ଷତିପୂରଣ ଦାବିରେ ମୃତକ ପରିବାର ଓ ସମ୍ପର୍କୀୟମାନେ ୧୯ନଂ ରାଜ୍ୟ ରାଜପଥ ଶେରଗଡ଼ -ନୀଳଗିରି ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

