Latest Odisha News

BREAKING NEWS

ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ, ୯ ମୃତ, ୨୦ ଗୁରୁତର

ଦମାସକସ୍କର: ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛନ୍ତି ।

ମୁଖ୍ୟ କୋର୍ଟହାଉସ୍ ନିକଟରେ ଏହି ବସ୍ଫୋରଣ ଘଟିଥିଲା । ଶବ୍ଦ ଏତେ ଜୋରରେ ହୋଇଥିଲା ଯେ, ବହୁ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ମୃତଦେହ ଗୁଡ଼ିକ ଛିନ ଛତର ହୋଇ ବହୁ ଦୂର ପର୍ଯ୍ୟନ୍ତ ପଡିଥିବା ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ । ସେପଟେ, ଏହି ଘଟଣା ପରେ ଡାମାସ୍କସ୍ ରାଜ୍ୟପାଳ ମାହେର ଇଡଲିବି କହିଛନ୍ତି ଯେ, ବିସ୍ଫୋରଣରେ ବ୍ୟବହୃତ ଉପକରଣ ପୁରୁଣା ଜିନିଷ ପରି ମନେ ହେଉଛି । ଖୁବ୍ ଶୀଘ୍ର ଏହି ଘଟଣାର ପ୍ରାଥମିକ ତଦନ୍ତର ଫଳାଫଳ ପ୍ରକାଶ ପାଇବ ବୋଲି ଗୃହ ମନ୍ତ୍ରଣାଳୟ କହିଛନ୍ତି ।

Leave A Reply

Your email address will not be published.