Latest Odisha News

ଇରାକରେ ଇରାନ ସମର୍ଥୀତ ଗୋଷ୍ଠୀ ଉପରେ ଆକ୍ରମଣ

ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଇରାନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇରାନର ନ୍ୟୁକ୍ଲିୟର ସଂରଚନା କ୍ଷେତ୍ରରେ ବିସ୍ଫୋରଣ ହୋଇଥିଲା । ଏହା ପଛରେ ଇସ୍ରାଏଲ ହାତ ଥିବା ଅନୁମାନ କରାଯାଉଛି । ଶନିବାର ଇରାନ ସମର୍ଥୀତ ଇରାକର ସୈନ୍ୟ ବେସ ପପୁଲାର ମୋବାଲାଇଜେଶନ ୟୁନିଟ୍ସଉପରେ ବଡ ଧରଣର ଆକ୍ରମଣ ହୋଇଛି । ୫ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ୩ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଜଣା ପଡି ନାହିଁ । ଏହା ପଛରେ ଇସ୍ରାଏଲ ହାତ ଥିବା ଇରାନ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି । ଆମେରିକା ଓ ଇସ୍ରାଏଲ ଏଥିରେ ସେମାନଙ୍କ କୌଣସି ହାତ ନ ଥିବା ସ୍ପଷ୍ଟ କରିଛନ୍ତି । ଇରାନର ଶିୟା ସଂଗଠନଗୁଡିକ ପିଏମୟୁକୁ ସମସ୍ତ ପ୍ରକାର ସୁବିଧା ସହଯୋଗ ଯୋଗାଇଥାନ୍ତି ।

ଗୋଟିଏ ପଟେ ହମାସ ଓ ହିଜବୁଲ୍ଲାହ ସହ ଇସ୍ରାଏଲର ସଂଘର୍ଷ ଜାରୀ ରହିଥିବା ବେଳେ ଇରାନର ପ୍ରବେଶ ଏହାକୁ ଆହୁରି ଜଟିଳ କରି ଦେଇଛି । ଇରାନର ଦାମଶିକ ସ୍ଥିତ ଦୂତାବସରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏଥିରେ ଇରାନ ସେନାର ଦୁଇ ଶୀର୍ଷ କମାଣ୍ଡରଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାର ଜବାବରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିଲା ।

Leave A Reply

Your email address will not be published.