Latest Odisha News

BREAKING NEWS

ଜମ୍ମୁ ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡ ଧରଣର ବିସ୍ଫୋରଣ ଷଡଯନ୍ତ୍ର ବିଫଳ

ଜମ୍ମୁ: ସାରା ଦେଶ ଆଜି ପୁଲୱାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ନେଇ ଶହୀଦଙ୍କୁ ମନେ ପକାଉଥିବା ବେଳେ ଆତଙ୍କବାଦୀମାନେ ପୁନର୍ବାର ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି । ପ୍ରାରମ୍ଭିକ ତଦନ୍ତରେ ପାକିସ୍ତାନର ଅଲ ବଦ୍ର ଏହି ଆଇଡି ପ୍ଲାଂଟ କରିଥିଲା ବୋଲି ଜଣାପଡିଛି । ଜମ୍ମୁ ପୋଲିସ ଆଇଜି ମୁକେଶ ସିଂ କହିଛନ୍ତି ୩ ଦିନ ହେଲା ଆମେ ସତର୍କ ଥିଲୁ ।

ପୁଲୱାମା ଆକ୍ରମଣ ବାର୍ଷିକୀରେ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ନେଇ ସୂଚନା ମଧ୍ୟ ପାଇଥିଲୁ । ଶନିବାର ରାତିରେ ଆମେ ସୋହେଲ ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲୁ । ତାଙ୍କ ଜମ୍ମୁର ୪ଟି ସ୍ଥାନରେ ବମ୍ ପ୍ଲାଂଟ କରି ଫ୍ଲାଇଟରେ ଶ୍ରୀନଗର ପଳାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ସମ୍ପୃକ୍ତ ଘଟଣାରେ କାଜି ୱାସିମ ଓ ଆବିଦ ନବୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.