ନୂଆଦିଲ୍ଲୀ:ବିଳମ୍ବରେ ଆୟକର ଫାଇଲ୍ କରିବା ସମୟସୀମା ବୃଦ୍ଧି କରିଛି କେନ୍ଦ୍ର ସରକାର । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବଢେଇ ଜାନୁୟାରୀ ୧୫ କରିଦିଆଯାଇଛି ।
ସୂଚନାଥାଉକି, ଏହି ବର୍ଦ୍ଧିତ ସମୟସୀମା କେବଳ ବ୍ୟକ୍ତିଗତ କରଦାତାମାନଙ୍କ ପାଇଁ ରହିଛି । ଯେଉଁମାନେ ପୂର୍ବରୁ ସମୟସୀମା ମଧ୍ୟରେ ଆୟକର ରିଟର୍ନ ଦାଖଲ କରିଛନ୍ତି, ଆବଶ୍ୟକସ୍ଥଳେ ସେମାନେ ସଂଶୋଧିତ ଆଇଟିଆର ମଧ୍ୟ ଦାଖଲ କରିପାରିବେ।
ଯେଉଁ କରଦାତାଙ୍କ ଆଇଟିଆର ବାର୍ଷିକ କାରବାର ସହିତ ମେଳ ଖାଉ ନାହିଁ ସେମାନଙ୍କୁ ଆୟକର ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସେମାନେ ସେମାନଙ୍କର ଆଇଟିଆରରେ ସଂଶୋଧନ କରିବା ଉଚିତ ବୋଲି ବିଭାଗ ପରାମର୍ଶ ଦେଇଛି।
ପାଞ୍ଚ ଲକ୍ଷ ଟଙ୍କାରୁ କମ୍ ଆୟକାର କ୍ଷେତ୍ରରେ ବିଳମ୍ବିତ ଆୟକାର ଦାଖଲ ପାଇଁ ହଜାର ଟଙ୍କା ଜୋରିମାନା ଲାଗିଥାଏ । ପାଞ୍ଚ ଲକ୍ଷ ଟଙ୍କାର ଅଧିକ ଆୟରେ ବିଳମ୍ବିତ ଫି ପାଞ୍ଚ ହଜାର ଜୋରିମାନା ଲାଗିଥାଏ ।
Comments are closed.