Latest Odisha News

BREAKING NEWS

ସୋନପୁର ରେଳ ଷ୍ଟେସନ ଯାଏଁ ସମ୍ପ୍ରସାରିତ ହେଲା ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି

ସୁବର୍ଣ୍ଣପୁର: ସୋନପୁର ରେଳ ଷ୍ଟେସନରୁ ଆଜି ପୁଣି ଏକ ନୂତନ ଟ୍ରେନର ସମ୍ପ୍ରସାରଣ ହୋଇଛି । ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନକୁ ଆଜି ସୋନପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗୀର ସଂସଦ ସଂଙ୍ଗୀତା ସିଂଙ୍ଗ ଦେଓ । ଏହି ଟ୍ରେନ ଷ୍ଟେସନକୁ ଗତ କିଛି ଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରଥିଲେ ।

ପରେ ସୋନପୁର-ପୁରୀ ଏକ ସାପ୍ତାହିକ ଟ୍ରେନ ଚଳାଚଳ କରୁଥିଲା । ସ୍ଥାନୀୟ ଲୋକଙ୍କ ଦାବିକୁ ମାନି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ପୁଣି ଏକ ଦୈନିକ ଟ୍ରନ ବଲାଙ୍ଗୀର – ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନକୁ ସମ୍ପସାରଣ କରିଥିବାରୁ ସ୍ଥାନୀୟ ଲୋକେ ଖୁସି ଅନୁଭବ କରିବା ସହିତ ଆଗାମୀ ଦିନରେ ରାୟପୁରକୁ ଆଉ ଏକ ଟ୍ରେନ ଦେବା ପାଇଁ ଦାବି କରିଛନ୍ତି ।

 

Comments are closed.