Latest Odisha News

ଚୀନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲା ଫେସବୁକ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ କ୍ଷମା ମାଗିଛି ଫେସ୍‌ବୁକ୍‌ । ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ନାମଙ୍କୁ ଭୁଲ ଅନୁବାଦ କରି କ୍ଷମା ମାଗିଛି ଫେସବୁକ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍‌ର ରାଷ୍ଟ୍ରପତି ବର୍ମା ଗସ୍ତରେ ଯାଇଥିଲେ । ବର୍ମାର ନେତା ଅଙ୍ଗ୍‌ ସାନ୍‌ ସୁ ଚି ଏବଂ ଜି ଜିନ୍‌ପିଙ୍ଗ୍‌ କେତେଗୁଡ଼ିଏ ରାଜିନାମାରେ ସ୍ୱାକ୍ଷର କରିଥିଲେ। ଜି ଜିନ୍‌ପିଙ୍ଗ୍‌ଙ୍କ ଗସ୍ତ ସଙ୍କ୍ରାନ୍ତରେ ବର୍ମା ଭାଷାରେ ଏକ ବିବୃତି ସୁ ଚିଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ରେ ପ୍ରକାଶ ପାଇଥିଲା।

ଏହାକୁ ଇଂରାଜୀ ଅନୁବାଦ କରାଯିବା ବେଳେ ଜି ଜିନ୍‌ପିଙ୍ଗ୍‌ଙ୍କ ନାଁ ବଦଳି ଯାଇ ‘ମିଷ୍ଟର୍‌ ଶିଥୋଲ୍‌’ ହୋଇଯାଇଥିଲା। ସ୍ଥାନୀୟ ଖବରକାଗଜ ‘ଇରାଓ୍ଵାଡି’ ମଧ୍ୟ ଫେସ୍‌ବୁକ୍‌ରୁ ତଥ୍ୟ ସଂଗ୍ରହ କରି ଜି ଜିନପିଙ୍ଗ ବଦଳରେ ଲେଖିଥିଲା: ‘ଡିନ୍‌ର୍‌ ଅନର୍ସ ପ୍ରେଜିଡେଣ୍ଟ୍‌ ଶିଥୋଲ୍‌’।

ତେବେ ଏଭଳି ଏକ ତ୍ରୁଟି ପାଇଁ ଫେସବୁକ୍ ଚୀନ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଛି । ଏହି ତ୍ରୁଟିକୁ ସଂଶୋଧନ କରାଯାଇଥିବା କଥା ମଧ୍ୟ ଫେସ୍‌ବୁକ୍‌ ଜଣାଇଛି। ତେବେ ବର୍ମା ଭାଷାରୁ ଇଂରାଜୀକୁ ଅନୁବାଦ ହେବା ସମୟରେ କାହିଁକି ଏ ଭଳି ତ୍ରୁଟି ହେଲା ତାହା ଜଣାପଡ଼ି ନଥିଲେ ମଧ୍ୟ ଭବିଷ୍ୟତରେ ଏ ଭଳି ଭୁଲ୍‌ ହେବ ନାହିଁ ବୋଲି ଫେସ୍‌ବୁକ୍‌ ପ୍ରତିଶ୍ରୁତି ଦେଇଛି।

Comments are closed.