Latest Odisha News

BREAKING NEWS

ଅଧାରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ଚାଲିଗଲା ୮ଜୀବନ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁରେ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ଘଟଣା  । ମୃତକଙ୍କ ପରିବାରକୁ ୩ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏବଂ ଆହତ ୧୨ଜଣ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି  ।  ସୂଚନା ମୂତାବକ ଗଞ୍ଜାମ ଦିଗପହଣ୍ଡି ପୋଡାମାରି ଗାଁର ଦୁଇ ପରିବାରର ପ୍ରାୟ ୨୦ଜଣ ଲୋକ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ମାତ୍ର ଅଧାରେ ରହିଯାଇଥିଲା ଦର୍ଶନ ।

ଅଧାବାଟରେ ଜଗିରହିଥିଲା ଯମ । କୁହାଯାଏ ମୃତ୍ୟୁ କେତେବେଳେ କାହାକୁ ଆସିବ , ତାହା କେହି କହିପାରିବେ ନାହିଁ  । ହଠାତ୍ ଯାଇ ଯାତ୍ରୀବାହୀ ଭ୍ୟାନଟି ଏକ  ଟ୍ରକ ପଛରୁ ପିଟି ହୋଇଯାଇଥିଲା । ଫଳରେ ଅକାଳରେ ୮ଜଣଙ୍କର ଜୀବନ ଚାଲିଯାଇଥିଲା ।  ୧୨ଜଣ ଗୁରୁତର ମଧ୍ୟ ହୋଇଥିଲେ । ସେମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାରିଣୀ ମନ୍ଦିରଠାରୁ ମାତ୍ର ୩ କିମି ପୂର୍ବରୁ ଏହି ଅଘଟଣ ଘଟିଛି।  ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର୍ ହେବା ସହ ୮ଜଣଙ୍କର ଜୀବନ ଚାଲିଯାଇଛି ।  ମୃତକଙ୍କ ମଧ୍ୟରେ ଦୁଇ ତିନି ଜଣ ମହିଳା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.