Latest Odisha News

BREAKING NEWS

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ  । ବିବାହର  ପ୍ରତିଶ୍ରୁତି ଦେଇ ଜଣେ  ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି ।  ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଦେବେଶଙ୍କ ଘର ଯାଜପୁରରେ ହୋଇଥିବାବେଳେ ଗତକାଲି ପୋଲିସ ତାଙ୍କୁ ବୁଧବାର ରାତିରେ ଗିରଫ କରିଥିବା ସୂଚନା ମିଳିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି  । ଲଚକ ମଣି ବେବି ଲୋ, ବୁଲେଟ ଗାଡିରେ ବଜାର ବୁଲେଇ ନେବି ଭଳି ବହୁ ଲୋକପ୍ରୀୟ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ ଦେବେଶ ।

ପୋଲିସର ସୂଚନା ମୁତାବକ ଭଦ୍ରକର ଜଣେ ଯୁବତୀ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ବୈତ୍ରିବିହାରର ଏକ ଘରୋଇ କଲେଜରେ ଏମବିଏ କରୁଥିଲେ । ତା ପରେ ଫୋନରେ କଥା ବର୍ତ୍ତା , କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ  ।  ଏପରିକି ବିବାହର ପ୍ରତିଶ୍ରୁତି ଦେଇ  ଦେବେଶ  ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ  ମଧ୍ୟ ରଖିଥିଲେ ।  ଖାଲି ଏତିକି ନୁହେଁ ଯୁବତୀଙ୍କ ଠାରୁ ଦେବେଶ ୫ ଲକ୍ଷରୁ ଅଧିକ  ଟଙ୍କା ବି ନେଇଥିଲେ ।  କିନ୍ତୁ ପରେ ଯୁବତୀ ଜଣକ  ବିବାହ କରିବାକୁ ଜିଦ୍ ଧରିବାରୁ ଦେବେଶ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଏବଂ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଏବଂ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ପରେ  କିଛି ଦିନ ଚୁପ୍ ରହି  ନୟାପଲ୍ଲୀ ଥାନାରେ ଆସି ଏତଲା ଦେଇଥିଲେ ଯୁବତୀ ଜଣକ   । ପୋଲିସ ଯୁବତୀଙ୍କୁ ଏତଲା ଆଧାରରେ ଦେବେଶଙ୍କୁ ଗିରଫ କରିଛି ।

Leave A Reply

Your email address will not be published.