Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବୋତ୍ତ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବା ପାଇଁ ଯୁଗେ ଯୁଗେ ସାଧକ ମାନେ ସାଧନା କରିଆସୁଛନ୍ତି। କିନ୍ତୁ ତାଙ୍କ (ସାଧକ ମାନଙ୍କ )ଅନ୍ତରର ଜିଜ୍ଞାଂ କେବେ ପୂରଣ ହୋଇନି। ଶ୍ରୀଜଗନ୍ନାଥଙ୍କ ପ୍ରକୃତ ସ୍ୱରୂପକୁ ଖୋଜି ଖୋଜି ସେମାନେ ତାଙ୍କୁ (ଶ୍ରୀଜଗନ୍ନାଥଙ୍କୁ) ନିଜସ୍ୱ ଚେତନା ତଥା କଳ୍ପନାର ରୂପରେ ରୁପାୟିତ କରିଛନ୍ତି। ଖାଲି ରୁପାୟିତ କରିନାହାନ୍ତି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଉପଲବ୍ଧି କରି ସଂସାରର ମାୟା ମୋହକୁ ତ୍ୟାଗ ପୂର୍ବକ ସ୍ଥିର ଚିତ୍ତ ହୋଇଯାଇଛନ୍ତି। ତେଣୁ ଯଥାର୍ଥରେ ଶ୍ରୀମଦ ଭଗବତ ଗୀତାରେ ବର୍ଣିତ ପାବନ ଶ୍ଳୋକ କହେ “ଯଂ ଲବଧ୍ବା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ,, ଯସ୍ମିନ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ।” ଅର୍ଥାତ ଯାହାଙ୍କୁ ଜାଣିବା ପରେ ଆଉ ଅଧିକ କିଛି ଜାଣିବାକୁ ବାକି ରହେନାହିଁ ; ଅଥବା ଯାହାଙ୍କୁ (ଶ୍ରୀଜଗନ୍ନାଥଙ୍କୁ) ସର୍ବୋତ୍ତ ଭାବେ ଉପଲବ୍ଧି କରିବା ପରେ ଆଉ କିଛି ପାଇବାର ଆଶା ରହେନାହିଁ। ମନ ସ୍ଥିର ହୁଏ, ଦାରୁଣ ଦୁଃଖ ବି ତାହାକୁ ବିଚଳିତ କରି ପାରେନି(ଗୀତା ୬ /୨୨)। ନିଜସ୍ୱ ଭାବରେ ହେଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉପଲବ୍ଧି ସାଧକ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି ଭାବରେ ପରିଗଣିତ ହୁଏ।

 

ଆଜି ସେଭଳି ଜଣେ ପ୍ରଚଣ୍ଡ ସାଧକ ପଞ୍ଚସଖା ଙ୍କ ମଧ୍ୟରେ ଅନ୍ୟତମ ଶିଶୁ ଅନନ୍ତ ଙ୍କ ଉପଲବ୍ଧି ବିଷୟରେ ଜାଣିବା, ସ୍ୱୟଂ ପରମ ବ୍ରହ୍ମ ଜ୍ଞାନୀ ହିସାବରେ ସେ ଶ୍ରୀଜଗନ୍ନାଥ ଙ୍କୁ ନିଜ ଆତ୍ମା ରୂପେ ଅଭିହିତ କରିଛନ୍ତି. ତାଙ୍କର ବ୍ରହ୍ମ ଜ୍ଞାନ ସମ୍ବଳିତ ଗ୍ରନ୍ଥ “ହେତୁ ଉଦୟ ଭାଗବତରେ କହିଛନ୍ତି

 

“ଏ ବ୍ରହ୍ମ ଶୂନ୍ୟ ର ବିଚାର, ତୋର ହୃଦୟେ ହେତୁ କର.

ତୋ ଦେହେ ଦେଖ ମୋତେ ତୁହି ସକଳ ଏଇ ସିନା ହୋଇ । “

 

ତାଙ୍କର ଦର୍ଶନ ଅନୁସାରେ ଶରୀର ମଧ୍ୟରେ ବ୍ରହ୍ମ (ଶ୍ରୀଜଗନ୍ନାଥ )ଙ୍କୁ ଆତ୍ମା ସ୍ୱରୂପରେ ଦର୍ଶନ କରିବା ହିଁ ପ୍ରକୃତ ଆତ୍ମଜ୍ଞନୀର ପରିଚୟ। ଏହି ପରମ ଜ୍ଞାନକୁ ସେ ହେତୁ ଭାବରେ ବର୍ଣ୍ଣନା କରିଛନ୍ତି. ଏମିତି ମଧ୍ୟ ଅକ୍ଷରିକ ଭାବରେ ଆମେ ହେତୁ ପାଇବା ବା ମୋର ହେତୁ ହେବା ଦିନୁ କହିଥାଉ, ହେତୁ ଶବ୍ଦ କୁ ଜ୍ଞାନ ହିସାବରେ ବିବେଚନା କରି.ପ୍ରକୃତରେ ସନ୍ଥ ଶିଶୁ ଅନନ୍ତ,ସୃଷ୍ଟି ତତ୍ତ୍ୱକୁ ଖୁବ ସୁନ୍ଦର ଭାବରେ ଅନୁଭବ କରି ବ୍ୟାଖ୍ୟା କରିଛନ୍ତି। ଯେହେତୁ ସେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମା ରୂପେ ଜ୍ଞାନ କରିଛନ୍ତି ଓ ଶରୀରକୁ ଏହି ଅବିନ୍ୟାଶୀ ଆତ୍ମା ଙ୍କୁ ଧାରଣ କରିଥିବା ବ୍ରହ୍ମlଣ୍ଡ ରୂପେ ବର୍ଣ୍ଣନା କରିଛନ୍ତି। ସାରା ସଂସାର ପରି ଏ ଶରୀର ମଧ୍ୟ ପଞ୍ଚଭୂତର ସମାହାର ଅଥବା ପଞ୍ଚ ମଣ୍ଡଳ ର ସମାହାର ବୋଲି କହିଛନ୍ତି । ଯଥା : ୧. ଶୂନ୍ୟ ମଣ୍ଡଳ ୨ . ପବନ ମଣ୍ଡଳ ୩ . ଅଗ୍ନି ମଣ୍ଡଳ ୪. ବରୁଣ ମଣ୍ଡଳ ୫. ପୃଥିବୀ ମଣ୍ଡଳ । ତାଙ୍କର ଅନ୍ୟ ଏକ ସୁନ୍ଦର ଅନୁଭବ ହେଲା ସେ ଶ୍ରୀଜଗନ୍ନାଥଙ୍କୁ ଜୀବ ପରମ ତତ୍ତ୍ୱ ଆଧାରରେ ରାଧା କୃଷ୍ଣ ରୂପେ କଳ୍ପନା କରିଛନ୍ତି। ଆଉ ଲେଖିଛନ୍ତି :

 

“ଶ୍ରୀରାଧା କୃଷ୍ଣ ବେନି ଜନ, ଜୀବ ପରମ ରୂପେ ଜାଣ, ଜୀବଟି ରାଧା ଅଙ୍ଗ ହୋଇ, ପରମ କୃଷ୍ଣ ଅଙ୍ଗ ବହି “

 

ସୃଷ୍ଟି ତତ୍ତ୍ୱ, କାୟା ସାଧନା, ପିଣ୍ଡ ବ୍ରହ୍ମlଣ୍ଡ ତତ୍ତ୍ୱ ସବୁକିଛି ସେ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ କରି ଜଣେ ସ୍ଥିର ଚେତନାର ସନ୍ଥ ତଥା ବ୍ରହ୍ମ ଜ୍ଞାନୀ ରୂପେ ପରିଗଣିତ ହୋଇଛନ୍ତି । ତେଣୁ ଯଥାର୍ଥରେ କୁହାଯାଏ ରେ ମୂଢ଼ ମନ, ସାମାନ୍ୟ ଇନ୍ଦ୍ରିୟର ବସ ହୋଇ ଜୀବନର ଚରମ ଓ ପରମ ଲକ୍ଷ୍ୟ କୁ ଭୁଲ ନାହିଁ। ମନକୁ ସ୍ଥିର କରି ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ନିବେଶ କର ଏଣେ ତେଣେ ମନ ନିବେଶ କରି ଅତି ପାଖରେ ପାଇଥିବା ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କୁ ଭୁଲନାହିଁ ।

“ମନ କହୁଛିରେ ପାଇଲା ଧନ ନ ହଜା, ପରମ ପୁରୁଷ ରତନ ଙ୍କୁ ପାଇ, କଲୁ ଗରଗଡ ପୂଜା।” (ଦ. ତ୍ରୀ. ଉବାଚ )

 

ଜୟ ଜଗନ୍ନାଥ

Comments are closed.