Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର କଳାକୃତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବିଭିନ୍ନ ସମୟରେ ହୋଇଥିବା ସଂରକ୍ଷଣ କାର୍ଯ୍ୟଗୁଡ଼ିକ ଆଲୋଚନା କଲେ ଜଣାଯାଏ ଖୋର୍ଦ୍ଧାରେ ଭୋଇବଂଶର ଗଜପତିମାନେ ଶାସନ କରୁଥିବା ସମୟରେ ମନ୍ଦିରର କେତେବାର ଜୀର୍ଣ୍ଣଉଦ୍ଧାର କରାଯାଇ ଚୂନ ପ୍ରଲେପ ଲଗାଯିବା ସହ ଚୂନ ଧଉଳା କାର୍ଯ୍ୟ ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେବା ପରେ ମୂଖ୍ୟ ମନ୍ଦିର ସହ ବେଢାରେ ଥିବା ନୃସିଂହ ମନ୍ଦିର,ବିମଳା ମନ୍ଦିର, ଗଣପତି ମନ୍ଦିର, ଲଷ୍ମୀ ମନ୍ଦିର, ସୂର୍ଯ୍ୟ ମନ୍ଦିର ପ୍ରଭୃତିରୁ ଚୂନ ଛଡା କାର୍ଯ୍ୟ ଶେଷ ହୋଇଛି। ଏହି ଚୂନ ପ୍ରଲେପ ଲାଗିବା ଦ୍ୱାରା ଅନେକ ଗବେଷକ ଶ୍ରୀମନ୍ଦିରର ପ୍ରକୃତ ସ୍ଥାପତ୍ୟକୁ ଅନୁଧ୍ୟାନ କରି ନପାରି ଏହା ଏକ ପଥର ଗଦା ବୋଲି ପ୍ରମାଣ ଦେଇଥିଲେ। ବିଶେଶତଃ ଇଂରେଜ ଗବେଷକ ଫର୍ଗୁସନ ଶ୍ରୀମନ୍ଦିରର ସ୍ଥାପତ୍ୟକୁ ଘୋର ନିନ୍ଦା କରିଥିଲେ। କାରଣ ସେତେବେଳେ ଶ୍ରୀମନ୍ଦିର ଉପରେ ବହଳ ଚୂନର ଅlସ୍ତରଣ ଲାଗି ରହି ଏହାର କଳା କୃତି ଗୁଡିକୁ ଲୁଚାଇ ରଖିଥିଲା, କେବଳ କେତେକ ପ୍ରତୀକାତ୍ମକ ଚିତ୍ର ଅତି ବିକୃତ ଭାବରେ ଅଙ୍କା ଯାଇଥିଲା। ଚୂନ ପ୍ରଲେପ ଲାଗିବାର ଅନେକ ବର୍ଷ ପରେ ବର୍ଷା ପାଣିରେ ଏହା ଫୁଲି ଯାଇ ଫାଟ ସୃଷ୍ଟି କରିଥିଲା, କିଛି କିଛି ଯାଗାରୁ ଚୂନ ପ୍ରଲେପ ଝଡି ବିକୃତ ଦିଶୁଥିଲା । ତେଣୁ ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ଚୂନ ପ୍ରଲେପ ଛଡାଇ କଳାକୃତିଗୁଡିକୁ ଲୋକଙ୍କ ସାମ୍ନାକୁ ଆଣିଥିବାରୁ

ସମସ୍ତେ ଉପକୃତ ହେଉଛନ୍ତି। ଅନେକ ବାର ମଧ୍ୟ ଶ୍ରୀମନ୍ଦିର ଉପରୁ ପଥର ଖସିଲାଣି ଓ ସେହି ସ୍ଥାନରେ ନୂତନ ପଥର ଖଞ୍ଜା ଯାଉଛି। ଓଡ଼ିଆ ଜାତିର ପ୍ରଚଣ୍ଡ ବିଶ୍ୱାସ ଯେ ପ୍ରଭୁ ଜଗନ୍ନାଥ ନିଜର ଏହି ବିଶାଳ ମନ୍ଦିରର ସଂରକ୍ଷଣ ନିଜେ ହିଁ କରୁଛନ୍ତି। ତଥାପି ସମସ୍ତ ଗବେଷକ ମାନଙ୍କୁ ଅନୁରୋଧ ସେମାନେ ନିଜର ଗବେଷଣା ଜାରି ରଖି ନୂଆ ନୂଆ ତଥ୍ୟ ପ୍ରଦାନ କଲେ ନିଶ୍ଚୟ ଅଗଣିତ ଜଗନ୍ନାଥ ପ୍ରେମୀ ଉପକୃତ ହୋଇ ପାରନ୍ତେ ।

 

ଆଗାମୀ ଅଧ୍ୟାୟ ରେ ଜାଣିବା ଶ୍ରୀମନ୍ଦିର ନିର୍ମାଣ ଇତିହାସ। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର।

 

ମୋତେ ଦେଖିବ ସର୍ବ ଭୁତେ

ନିରତେ ଥିବ ପ୍ରାଣୀହିତେ।

ଜୀବଷୁ ଯେବେ ଦୟା ବହେ

ହରିଷୁ ଦେଖେ ସର୍ବ ଦେହେ।

 

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.