ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଷୟରେ ଆଲୋଚନା ପ୍ରସଙ୍ଗରେ ଜଗବନ୍ଧୁ ସିଂହଙ୍କ ରଚିତ “ପ୍ରାଚୀନ ଉତ୍କଳ “ପୁସ୍ତକକୁ ବିବେଚନା କଲେ ଜଣାଯାଏ ଭାରତୀୟ ଶିଳ୍ପର ମୂଖ୍ୟ ତିନି ପଦ୍ଧତି ଆଲୋଚିତ ହୋଇଛି । ଯଥା :- ଦ୍ରାବିଡ଼, ଦେଶୀୟ, ଚାଲୁକ୍ୟ ଦେଶୀୟ ଆର୍ଯ୍ୟ ପଦ୍ଧତି ଏହି ତିନି ପଦ୍ଧତି ଆଲୋଚନା କୁ ନେଲେ ପ୍ରାଚୀନ ଉତ୍କଳ ରେ ନିର୍ମିତ୍ତ ସମସ୍ତ ଦେବlଳୟ ଗୁଡିକ ଆର୍ଯ୍ୟ ପଦ୍ଧତିରେ ନିର୍ମିତ୍ତ ହୋଇଛନ୍ତି। ତେଣୁ ଓଡ଼ିଶାର ସମସ୍ତ ମନ୍ଦିର ନିର୍ମାଣ ଗୋଟିଏ ସ୍ୱତନ୍ତ୍ରତା ଅଛି। ପ୍ରତ୍ୟେକ ମନ୍ଦିର ବିଭିନ୍ନ ଅଂଶ ଗୁଡିକ ସ୍ୱତନ୍ତ୍ର ଓ ଏହାର ନାମ କରଣ ମଧ୍ୟ ସ୍ୱତନ୍ତ୍ର ଯଥା :-
ବିମାନ ( ମୁଖ୍ୟ ଠାକୁର ଉପବେଶନ ଜାଗା ) ଜଗମୋହନ (ଭକ୍ତ ମାନଙ୍କ ଦର୍ଶନ ସ୍ଥାନ ) ନାଟ ମନ୍ଦିର ଭୋଗ ମଣ୍ଡପ, ଆମଳକ ଶିଳା, ଖର୍ପୁରୀ, କସ, ପ୍ରସ୍ତର ଶିବ ମନ୍ଦିରରେ ତ୍ରିଶୂଳ ଓ ବିଷ୍ଣୁ ମନ୍ଦିରରେ ଚକ୍ର। ସେହି ପୁସ୍ତକରେ ମଧ୍ୟ ରଥ ଶୈଳୀରେ ମନ୍ଦିରମାନଙ୍କୁ ଏକ ରଥ, ତ୍ରୀରଥ, ପଞ୍ଚରଥ, ସପ୍ତ ରଥ, ନବ ରଥ ଇତ୍ୟାଦି ଭାବରେ ବର୍ଣ୍ଣିତ ହୋଇଛି। ସେଥିମଧ୍ୟରେ ଶ୍ରୀମନ୍ଦିର ପଞ୍ଚରଥ ଶୈଳୀର ଓ ଏଥିରେ ମୁଖ୍ୟତଃ ପିଷ୍ଟ, ଜାଂଘ, ବରଣ୍ଡ, ବେକି, ଅଁଳାଶ୍ରୀ, ଖପୁରି, କଳସ, ଆୟୁଧ ଇତ୍ୟାଦି ଅଂଶକୁ ନେଇ ଗଠିତ ହୋଇଛି। ଓଡ଼ିଶୀ ଶୈଳୀରେ ମନ୍ଦିର ଗାତ୍ର ରେ ଶାସ୍ତ୍ର ବିଧି ଅନୁସାରେ ସମସ୍ତ ଦେବା ଦେବୀଙ୍କ ମୂର୍ତ୍ତି ଖୋଦିତ ହୋଇଛନ୍ତି
ମୁଖ୍ୟ ମନ୍ଦିର (ବିମାନ )ର ଉତ୍ତରରେ ତ୍ରିବିକ୍ରମ, ପଶ୍ଚିମରେ ନୃସିଂହ ଓ ଦକ୍ଷିଣରେ ବରାହ ମୂର୍ତ୍ତି କଳା ମୁଗୁନି ପ୍ରସ୍ତରରେ ନିର୍ମିତ୍ତ ହୋଇଛି। ପ୍ରତ୍ନତତ୍ତ୍ୱବିତଙ୍କ ଗବେଷଣା ଅନୁଯାୟୀ ଏହି ପାର୍ଶ୍ଵ ମନ୍ଦିରଗୁଡ଼ିକ ମୂଖ୍ୟ ମନ୍ଦିର ବିମାନର ଭରସାମ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
ଆଗାମୀ ଅଧ୍ୟାୟ ରେ ଜାଣିବା ଆହୁରି ଅନେକ ଶିଳ୍ପ ଶାସ୍ତ୍ର କଥା। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର।
ଆପଣା କଲା କର୍ମ ମାନ
ଅଗୁଁ ହୋଇବ ସାବଧାନ।
କ୍ଷମା ଯାହାର ହୃଦେ ରହେ
ବିଷ୍ଣୁ ବସନ୍ତି ତାର ଦେହେ।
ଜୟ ଜଗନ୍ନାଥ ( ଦ. ତ୍ରୀ. ଉବାଚ )