Latest Odisha News

BREAKING NEWS

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି ଗାଡିର ରହସ୍ୟକୁ ପୋଲିସ ଭେଦିବାରେ ସଫଳ ହୋଇଛି ।

ପୋଲିସ ରିପୋର୍ଟ ଅନୁଯାୟୀ ନମ୍ବର ଥିବା ଏହି ଗାଡିଟି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଜଣାପଡିଥିଲା । ଏପରିକି ଗାଡି ମାଲିକଙ୍କୁ ୧୦ ହଜାରରୁ ଅଧିକ ଟଙ୍କାର ଚାଲାଣ ବି ଯାଇଥିଲା । ତେବେ ଗାଡି ମାଲିକ କିନ୍ତୁ ଏ ନେଇ ଚକିତ ହୋଇଥିଲେ । କାହିଁକି ନା ଏହି ଗାଡିରେ ଥିବା ପ୍ରକୃତ ନମ୍ବରର ଗାଡି ମାଲିକ ହେଉଛନ୍ତି ଧନଂଜୟ ହୋତା । ତାଙ୍କ ଗାଡି ଘରେ ଥିବାବେଳେ ଚାଲାଣ କଟିବା ତାଙ୍କ ହୋସ୍ ଉଡାଇଦେଇଥିଲା ।

ଘଟଣାର ସତ୍ୟାସତ୍ୟ ଜାଣିବାକୁ ଖୋଦ ଧନଂଜୟ ଖୋଳତାଡ କରିଥିଲେ । ଶେଷରେ ସାମ୍ନାକୁ ଆସିଥିଲା ଅସଲ ଘଟଣା । ଗତକାଲି ଏହି ଦାମୀ ଏସ୍‌ୟୁଭି ଗାଡିିକୁ ଧନଂଜୟ ଜୟଦେବ ବିବାହର ଛକରେ ଅଟକାଇବାକୁ ସଫଳ ହୋଇଥିଲେ । ହେଲେ ଗାଡି ଭିତରୁ ଜଣେ ଯୁବକ ହଠାତ୍ ବାହାରି ନିଜକୁ ଆର୍ମି ଅଫିସର ରତିକାନ୍ତ କହିବା ସହ ଧମକ ଦେବାକୁ ବି ପଛାଇନଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ସଂପୃକ୍ତ ଯୁବକ ଜଣକ ସତ ଓଗାଳିଥିଲା ।

ଧରାପଡିଥିବା ଯୁବକ ଜଣଖ ଥାନାରେ ପୋଲିସକୁ ବି ଧମଚମକ ଦେବାକୁ ପଛାଇନଥିଲେ । ଶେଷରେ ରତିକାନ୍ତ ଆର୍ମି ଅଫିସର ନୁହେଁ ବରଂ ଜଣେ ସଫ୍ଟୱେୟାର ଇଂଜିନିର ବୋଲି ଜଣାପଡିଥିଲା । ଗାଡିଟିକୁ ରତିକାନ୍ତ ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ କିଣିଥିବା ଓ ମାଲିକାନା ବଦଳିନଥିବା କହିଥିଲେ ।

ତେବେ ଯୁବକଙ୍କ କଥା ଗ୍ରହଣୀୟ ନହେବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଳୁ ବ୍ୟବସାୟୀ , ଗାଡି କିଣା ସତ୍ୟତା ଓ ରତିକାନ୍ତଙ୍କ ବୟାନ କେତେଦୂର ସତ ତାହା ଏବେ ବି ରହସ୍ୟଘେରରେ । ଗୋଟିଏ ପଟେ ରତିକାନ୍ତଙ୍କ ବୟାନକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଆଳୁ ବ୍ୟବସାୟୀକୁ ପୋଲିସ ଖୋଜିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.