ବଲାଙ୍ଗିର: କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ବଲାଙ୍ଗିର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରୁ ଏମିତି ଚିତ୍ର ସାମନାକୁ ଆସିଛି । ଜଣେ ୯୩ ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧଙ୍କର ଜନ୍ମଦିନ ପାଳନ କରିଛନ୍ତି ଡାକ୍ତର । ଏଥିପାଇଁ ତାଙ୍କ ବେଡ୍ ପାଖରେ ସ୍ୱତନ୍ତ୍ର ଭାବରେ ସାଜସଜ୍ଜା ହୋଇଥିଲା । ହାପି ବର୍ଡ ଡେ ଲେଖାଥିବା କାର୍ଡ ଲାଗିଥିଲା । ବେଲୁନ୍ ବି ଲଗାଇଥିଲେ ଡାକ୍ତର ଓ କର୍ମଚାରୀ । ଏହାସହ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି ବୃଦ୍ଧ ।

କିମ୍ସ କୋଭିଡ୍ ହସ୍ପିଟାଲ ଆଇସିୟୁରେ ରଖି ଚିକିତ୍ସିତ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ । ତାଙ୍କ ମନୋବଳ ବଢ଼ାଇବା ପାଇଁ ଡାକ୍ତର ଓ କର୍ମଚାରୀ ଏଭଳି ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଦ୍ରୁତ ଆରୋଗ୍ୟ କାମନା ବି କରିଛନ୍ତି ସମସ୍ତେ ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.