Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ରାକେଟ: କୋଚିଂ ସେଣ୍ଟର ମାଲିକ ଅଟକ

ବଲାଙ୍ଗୀର: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଯାଇ ଶନିବାର ବଲାଙ୍ଗୀର ପୁଲିସ ଏକ କୋଚିଂ ସେଣ୍ଟରର ମାଲିକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିବା ସହ ବହୁ ନାମୀଦାମୀ ଅନୁଷ୍ଠାନର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଜବତ କରିଛି। ବଲାଙ୍ଗୀରରେ ପୋଷ୍ଟ ଅଫିସରେ ଚାକିରି ପାଇଁ ବାହାରିଥିବା ବିଜ୍ଞପ୍ତିରେ ଆବେଦନକାରୀଙ୍କ ମଧ୍ୟରୁ ୩୭ ଜଣ ନକଲି ଶିକ୍ଷାଗତ ଯୋଗ୍ୟତା ଦେଇଥିବା ଜଣାପଡ଼ିଛିଯ। ଏହାପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଚଢାଉ କରି ତଦନ୍ତ ଜାରି ରଖିଛି।

ଶନିବାର ବଲାଙ୍ଗୀର ପୁଲିସ ବଲାଙ୍ଗୀର କଲେଜ ନିକଟରେ ଥିବା କୋଚିଂ ସେଣ୍ଟରରେ ଚଢ଼ଉ କରି ଅନେକ ମାର୍କସିଟ୍, ସାର୍ଟିଫିକେଟ୍, ଭେରିଫିକେସନ୍ ରିପୋର୍ଟ, ସିଲ୍ ଓ ଏକ ଡାଏରୀ ଜବତ କରିଛି। ୩୭ ଜଣ ଚାକିରୀ ଆଶାୟୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରମାଣପତ୍ରର ସତ୍ୟତା ଉପରେ ସନ୍ଦେହ ହେବା ପରେ ଡାକ ବିଭାଗ ଅଧିକାରୀ ଆମ ସହ ଯୋଗାଯୋଗ କରିବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ବୋଲି ଏସଡିପିଓ ତୋଫାନ ବାଗ ପ୍ରତିକ୍ରିୟାରେ କହିଛନ୍ତି।

ଚଢାଉ ପରେ କୋଚିଂ ସେଣ୍ଟରରେ ଯାଞ୍ଚ କରି ଅନେକ ଜାଲ ସାର୍ଟିଫିକେଟ୍, ଷ୍ଟାମ୍ପ ଏବଂ ସିଲ୍ ଜବତ କରିଛୁ। ଏକ ଡାଏରୀ ମଧ୍ୟ ଜବତ କରାଯାଇଛି ଯେଉଁଥିରେ ଜାଲ୍ ସାର୍ଟିିଫିକେଟ ତିଆରି ପାଇଁ ଟଙ୍କା ଦେଉଥିବା ଲୋକଙ୍କ ନାମ ଏବଂ ଚାକିରି ପାଇଥିବା ଅନ୍ୟମାନଙ୍କ ନାମ ରହିଛି।

ବଲାଙ୍ଗୀର ଉପଜିଲ୍ଲାପାଳ କହିଛନ୍ତି,ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଟିମ୍କୁ ମାର୍କସିଟ୍, ସାର୍ଟିଫିକେଟ୍ ଏବଂ ଭେରିଫିକେସନ୍ ରିପୋର୍ଟ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ୮୩ଟି ଶାଖା ଡାକଘରେ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଏବଂ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା। ମୋଟ ଆବେଦନକାରୀଙ୍କ ମଧ୍ୟରୁ ୩୭ ଜଣ ଉତ୍ତର ପ୍ରଦେଶରୁ ମାଟ୍ରିକ୍ ସାର୍ଟିଫିକେଟ୍ ଜମା କରିଥିବା ଜଣାପଡ଼ିଛି। ଯାହାକି ନକଲି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.