Latest Odisha News

BREAKING NEWS

ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’

ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ ।

କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି ରଞ୍ଜନ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ରହୁଥିଲା । ଆକ୍ରମଣର ଶିକାର ହୋଇଥିବା ଯୁବକ ରଞ୍ଜନ ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ରଶ୍ମିକୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ଅଭିଯୁକ୍ତି ରଶ୍ମି ପୋଲିସ ପୋଷାକ ପିନ୍ଧି ନିଜକୁ ପୋଲିସ କହି ବୁଲୁଥିଲା ।

ସୂଚନା ଅନୁସାରେ, ରଞ୍ଜନର ସାନ ଭାଇ କିଛି ଟଙ୍କା ଧାର ନେଇ ଫେରାଇ ନଥିଲା । ଆଉ ତାକୁ ଡରାଇବା ପାଇଁ ରଶ୍ମି ଫୋନ୍ କରି ଭୁବନେଶ୍ୱର ନିକଟସ୍ଥ ଏକ ଭଡ଼ା ଘରକୁ ଡାକିଥିଲା । ୪ ଜଣ ସହଯୋଗୀଙ୍କ ସାମ୍ନାରେ ରଶ୍ମି ମାଡ଼ ମାରି ସାନ ଭାଇକୁ ଡାକିବାକୁ ବାଧ୍ୟ କରିଥିଲା ।

ଏନେଇ ଅଭିଯୋଗ ପରେ ପୋଲିସ ରଶ୍ମିକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସବ ଡିଭିଜନ ୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ।

Leave A Reply

Your email address will not be published.