Latest Odisha News

BREAKING NEWS

ନକଲି ନା ଅସଲି

ଆଗେ ଆମେ ଯେତେବେଳେ ଦୋକାନ ବଜାରକୁ ଯାଉଥିଲେ ସବୁବେଳେ କିଛି ଜିନିଷ କିଣିଲା ବେଳେ ଆଗ ଦୋକାନୀକୁ ପଚାରୁଥିଲେ ଇଏ ଅସଲି ତ କିଛି ନକଲି ଜିନିଷ ଦେଉନ ତ। ଆମେ ଯେମିତିକି ଶୁଣିଛେ ନକଲି ସୁନା, ନକଲି ଟଙ୍କା, ନକଲି ଘିଅ କିନ୍ତୁ ଏଵେ ଏଵେ ନକଲି ଶବ୍ଦ ବେଶୀ ଶୁଣିବାକୁ ମିଳୁଛି ଯେମିତିକି ନକଲି ସାମ୍ବାଦିକ, ନକଲି ସମାଜସେବୀ, ନକଲି ଡାକ୍ତର, ନକଲି ପୋଲିସ। ଆପଣ ଯଦି ନିୟୁଜ ଚ୍ୟାନେଲ ଖୋଲିଦେବେ କିମ୍ବା ନିୟୁଜ ପେପର ଓଲଟେଇବେ ତା ହେଲେ ପ୍ରତିଦିନ ଏଇଭଳି କିଛିନା କିଛି ଖବର ଥିବ ।

ନକଲି ଡାକ୍ତର ନକଲି ପୋଲିସଙ୍କର ଖବର ବହୁତ ବାହାରେ. କିନ୍ତୁ ଆଜିକାଲି ନକଲି ସାମ୍ବାଦିକ ଓ ନକଲି ସମାଜସେବୀଙ୍କର ଖବର ମଧ୍ୟ ବହୁତ ମାତ୍ରାରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ଏଵେ ଏଵେ ଯଦି ସମାଜରେ ଦେଖିବା ତାହେଲେ ଏଈ ନକଲି ଶବ୍ଦର ପାଦୁର୍ଭାବ ବହୁତ ବଢିଯାଇଛି. ଭଲ ଆଉ ଖରାପ ଭିତରେ ଆମେ ବି ବେଳେବେଳେ ପେଶୀ ହେଇଯାଉଛେ ।

ତେଣୁ ସବୁ କଥା ଭାବି ଚିନ୍ତାକରି ଯଦି ଆମେ କରିପାରିବା ତା ହେଲେ ଆଉ ଏ ନକଲିର ପ୍ରଭାବ ବେଶୀ କାମ କରିବ ନାହିଁ । ସାମ୍ବାଦିକତା ଗୋଟିଏ ଏମିତି ବୃତ୍ତି ଯାହା ସମସ୍ତେ କରିବା ସମ୍ଭବ ନୁହେଁ। ସାମ୍ବାଦିକତା ଯୋଗୁ ବହୁତ ଭୁଲ କଥାର ପର୍ଦାଫାଶ ହୋଇଥାଏ। କିନ୍ତୁ ଏଵେ ସାମ୍ବାଦିକତା କିଛି ଲୋକଙ୍କ ପାଇଁ ଅତି ସହଜରେ ଅବାଟରେ ଯାଇ ଟଙ୍କା ଉପାର୍ଜନର ମାଧ୍ୟମ ହୋଇଛି। ଯାହାକି ବହୁତ ଦୁର୍ଭାଗ୍ୟର କଥା ଏଈ ସାମ୍ବାଦିକତା ବୃତ୍ତିକୁ ନେଇ। ହଜାର ହଜାର ନକଲି ସଂସ୍ଥା ହଜାର ହଜାର ନକଲି ସାମ୍ବାଦିକ। ଗୋଟିଏ ନକଲି ସଂସ୍ଥା ତିଆରି କରୁଛି ୧୦ ଗୋଟି ନକଲି ସାମ୍ବାଦିକ। ନକଲି ସାମ୍ବାଦିକ ଧରାପଡୁଛନ୍ତି ସତ କିନ୍ତୁ ସଂସ୍ଥା ମାଧ୍ୟମରେ ତିଆରି କରୁଥିବା ନକଲି ସାମ୍ବାଦିକର ମଞ୍ଜ କରିଥିବା ଲୋକଟି ଖସିଯାଉଛି। ଖସିଯିବା ପରେ ପୁଣି ସୃଷ୍ଟି ହେଉଛନ୍ତି ଆଉ ନକଲି ସାମ୍ବାଦିକ।

ସାମ୍ବାଦିକ ଗୋଟିଏ ଏଇ ଭଳି ପବିତ୍ର ବୃତ୍ତି ଯାହାକୁ ନେଇ ବହୁତ ଗର୍ବ କରନ୍ତି ବଡ଼ ବଡ଼ ଲୋକମାନେ। କିନ୍ତୁ ଆଜିକା ଦିନରେ ଏଈ ବୃତ୍ତିକୁ ଉପହାସ କରାଯାଉଛି। ଏଈ ନକଲି ଉପରେ ଗୋଟିଏ ଲଗାମ ଲାଗିବା ଦରକାର ନ ହେଲେ ବହୁତ ସାଧାରଣ ଲୋକ ଅସୁବିଧାଗୁଡିକୁ ସାମ୍ନା କରିବେ। ନକଲି ସାମ୍ବାଦିକ ପରି ନକଲି ସମାଜସେବୀ ବି ଏଵେ ଏଵେ ବାହାରିଲେଣି। ବେଳେ ବେଳେ ପ୍ରଶ୍ନ ଉଠେ ମନରେ ସେବା ତ ସେବା ତାପୁଣି ନକଲି କେମିତି ହେବ। ସମାଜରେ ଅସଲିଠାରୁ ନକଲିଙ୍କ ମାତ୍ରା ଅଧିକ ହେଲେଣି କାରଣ ନକଲି କ୍ଷଣସ୍ଥାୟୀ ଓ ଅସଲି ଚିରସ୍ଥାୟୀ। କେବଳ ଆମକୁ ସାବଧାନ ହେବାର ଅଛି।

କୌଣସି ଲୋକ ଯଦି ଆପଣଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଇ ଭୁଲ କାମ କରିବାକୁ ବାଧ୍ୟ କରୁଛି ତା ହେଲେ ଆପଣ ଚୁପ ନ ରହି ତାର ପ୍ରତିବାଦ କରନ୍ତୁ। ଦେଖିବେ ନକଲିଙ୍କର ସଂଖ୍ୟା କେମିତି ହ୍ରାସ ହେବାରେ ଲାଗିବ।

Leave A Reply

Your email address will not be published.