Latest Odisha News

BREAKING NEWS

ଗଙ୍ଗାନଦୀ କୂଳରେ ଶକ୍ତିମାନ ଶ୍ରବଣ କୁମାର !

ଭୁବନେଶ୍ୱର: ସେ ପୋଲିସ ହୁଅନ୍ତୁ ଅବା ଦେଶର ସେନା । ନାଗରିକ ତଥା ମାଟି ମାଆକୁ ବଂଚାଇବା ପାଇଁ ଅନେକ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି । ଏହି ତାଲିକାର ସାମିଲ ଅଛନ୍ତି ଶବଣ କୁମାର । ହେଲେ ଶ୍ରବଣ କୌଣସି ସଙ୍ଗଠନ ପାଇଁ କାମ କରନ୍ତିନି । ବରଂ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ମରଣ ମୁଖରୁ ଟାଣିଆଣିଛନ୍ତି ।

ଗଙ୍ଗାନଦୀରେ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥାନ୍ତି ଶ୍ରବଣ କୁମାର । ବିଗତ ୧୦ବର୍ଷ ଧରି ଏଥିପାଇଁ ସେ ନିଜ ଜୀବନକୁ ବାଜି ଲଗାଇଆସିଛନ୍ତି । ପେଟ ପୋଷିବା ପାଇଁ ସେ ଫୁଲ ବିକ୍ରୟ କରିଥାନ୍ତି । ହେଲେ ଗଙ୍ଗା ନଦୀକୂଳରେ ସଦାସର୍ବଦା ସେ ଆଖି ଓ କାନ ଖୋଲି ସଜାଗ ହୋଇ ରହିଥାନ୍ତି ।

କେବଳ ଦୁର୍ଘଟଣାବଶତଃ ଗଙ୍ଗାନଦୀରେ ବୁଡିଯାଉଥିବା ଲୋକ ନୁହେଁ ବରଂ ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକଙ୍କୁ ମଧ୍ୟ ଶ୍ରବଣ ଉଦ୍ଧାର କରିଥାନ୍ତି । ବାପାଙ୍କ ଦେହ ଖରାପ ହେବାରୁ ଛୋଟବେଳୁ ଶ୍ରବଣଙ୍କ ପାଠପଢା ବନ୍ଦ ହୋଇଥିଲା । ସେବେଠୁ ଫୁଲ ଦୋକାନ କରିଥିବା ଶ୍ରବଣ ଲୋକଙ୍କ ସେବାରେ ନିଜକୁ ସ୍ୱ-ନିଯୁକ୍ତି ଦେଇଛନ୍ତି । ଏହି ପ୍ରକ୍ରିୟାରେ ସେ ଅନେକ ମୋବାଇଲ ଫୋନ ମଧ୍ୟ ନଷ୍ଟ କରିସାରିଛନ୍ତି ।

୭ବର୍ଷ ପୂର୍ବେ ଜଣେ ୧୫ବର୍ଷୀୟ ନାବାଳକ ଗଙ୍ଗାନଦୀରେ ପଡିଯାଇଥିଲା । କାଳବିଳମ୍ବ ନକରି ଶ୍ରବଣ ତାଙ୍କୁ ଅତି ଗଭୀର ଜଳରୁ ଉଦ୍ଧାର କରିଥିଲେ । ସେହି ସମୟର ଅନୁଭୂତି ତଥା ମୃତ୍ୟୁର ଝଲକ ପାଇଥିବା ଶ୍ରବଣ ଲୋକଙ୍କ ଜୀବନ ପ୍ରତି ନିଜକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠୁ ଆରମ୍ଭ ହୋଇଥିଲା ଶବଚ୍ଚ କୁମାରଙ୍କ ଏହି ନିଃସ୍ୱାର୍ଥପର ଯାତ୍ରା ।

Leave A Reply

Your email address will not be published.