Latest Odisha News

BREAKING NEWS

ଗାଁରେ ଅନ୍ଧ ବିଶ୍ୱାସର ଚିତ୍ର

ଅମ୍ବିକାପୁର:ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ । ମରିଗଲା ପରେ ବି ମୃତ ମଣିଷକୁ ବଞ୍ଚାଇବାକୁ ପ୍ରୟାସ କରୁଛି । ଅଦ୍‌ଭୁତ ଚିକିତ୍ସା କରି ବଞ୍ଚାଇବାର ପ୍ର୍ରୟାସ କରାଯାଉଛି । ଛତିଶଗଡ଼ ଅମ୍ବିକାପୁରରେ ଏହିଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ବଜ୍ରପାତରେ ଜଣେ ବ୍ୟକ୍ତିର ମୃତ୍ୟୂ ହୋଇଯାଇଥିବା ବେଳେ ମୃତ ଦେହର ସଂସ୍କାର କରାଯାଇନଥିଲା । ପରିବାର ଲୋକେ ମୃତ ଦେହକୁ ଗୋବର ଭର୍ତ୍ତି ଖାତରେ ପୁରାଇ ରଖିଛନ୍ତି ।

ବିଶ୍ୱାସ ରହିଛି କିଛି ସମୟ ଗୋବରରେ ପୁରାଇ ରଖିଲେ ଜୀବୀତ ହୋଇଉଠିବ । ମୃତ ମଣିଷକୁ ପୁନର୍ଜୀବନ ମିଳିବ । ଯାହକି ସମ୍ଭବ ହୋଇ ନଥିଲା । ଲଖନପୁର ଅଞ୍ଚଳର ଜଣେ ବ୍ୟକ୍ତି ବଜ୍ରପାତରେ ଗୁରତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଘର ଲୋକଙ୍କ ଆଶା ମୃତକ ପୁଣି ବଞ୍ଚିବ । ଏନେଇ ତାଙ୍କୁ ଗୋବର ଗଦା ଭିତରେ ପୁରାଇ ରଖିଥିଲେ । ଯାହାକି ଏବେ ଚର୍ଚ୍ଚା ପାଲଟିଛି ।

Leave A Reply

Your email address will not be published.