Latest Odisha News

ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡ଼ିଲା ଯବନିକା

ହମାସ: ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ୧୧ ଦିନର ଯୁଦ୍ଧରେ ପଡ଼ିଲା ଯବନିକା। ଯୁଦ୍ଧ ବିରାମ ଲାଗୁ ହେବା ପରେ ଗାଜାରେ ଲୋକମାନଙ୍କୁ ସମ୍ବୋଧନ କରିଛନ୍ତି ସମାହାର ଜଣେ ବରିଷ୍ଠ ନେତା।

ଏହି ଅବସରରେ ସେମାନେ ଇସ୍ରାଏଲ ଉପରେ ବିଜୟ ହାସଲ କରିଥିବା ଦାବି କରିଛନ୍ତି।

ଇସ୍ରାଏଲର ସୁରକ୍ଷା ପରାମର୍ଶଦାତାଙ୍କ ଯୁଦ୍ଧ ବିରାମ ପ୍ରସ୍ତାବକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ।

Israel Unleashed New Airstrikes On gaza 28 Died

ଉଲ୍ଲେଖଯୋଗ୍ୟ, ୧୧ ଦିନର ଏହି ଯୁଦ୍ଧରେ ପାଲେଷ୍ଟାଇନର ଗାଜା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଯୁଦ୍ଧରେ ପାଲେଷ୍ଟାଇନର ୨୩୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୧୦ ଆହତ ହୋଇଛନ୍ତି ।

ତେବେ ମୃତକଙ୍କ ମଧ୍ୟରେ ୬୫ ଶିଶୁ ୩୯ ଜଣ ମହିଳା ରହିଛନ୍ତି । ଇସ୍ରାଏଲର ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.