Latest Odisha News

BREAKING NEWS

ଉଦ୍ଧାର ଶବ ଚନ୍ଦନଙ୍କର ନୁହେଁ, ଖାଲି ହାତରେ ଫେରିଗଲେ ପରିବାର ଲାେକେ

ଯାଜପୁର : ଉଦ୍ଧାର ଶବ ଚନ୍ଦନ ସାହୁଙ୍କର ନା ଆଉ କାହାର ? ଏହାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ । ଯାଜପୁୂର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନ ପୁରସ୍ଥିତ ବୁଢା ନଦୀରୁ ମିଳିଥିବା ମୃତଦେହ ଚନ୍ଦନ ସାହୁଙ୍କର ବୋଲି ସମସ୍ତେ ଅନୁମାନ କରୁଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଚନ୍ଦନ ସାହୁଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି  ଶବଟି ଚନ୍ଦନଙ୍କର ବୋଲି କହୁଥିଲେ । କିନ୍ତୁ ଭଲ କରି ଦେଖିବା ପରେ ତାହା ଚନ୍ଦନଙ୍କର ନୁହେଁ ବୋଲି କହିଛନ୍ତି ଏବଂ ଶବ ନ ନେଇ ଖାଲି ହାତରେ ଫେରି ଯାଇଛନ୍ତି।

ସ୍ଥାନୀୟ ଲାେକଙ୍କ କହିବା ଅନୁଯାୟୀ ଶବଟିରୁ ଦୁର୍ଗନ୍ଧ ବାହାରୁଛି । ତେଣୁ ସଂପୃକ୍ତ ବ୍ୟକ୍ତିଙ୍କର ୫ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅଗ୍ନଶମ ବାହିନୀ ଏବଂ ପ୍ରତ୍ୟକ୍ଷଦର୍ଶୀ ଅନୁମାନ କରୁଛନ୍ତି । ପରିବାର ଲୋକ ମଧ୍ୟ ସମାନ କଥା କହିଛନ୍ତି । ତେବେ ଚନ୍ଦନ ମୁହଁରେ ଦାଢି ରଖିଥିଲେ  । ମିଳିଥିବା ଶବର ହାତରେ ଯେଉଁ  ସୂତା ବନ୍ଧାଯାଇଛି ସେପରି ସୂତା ଚନ୍ଦନ ବାନ୍ଧି ନ ଥିଲେ ।  ଚନ୍ଦନଙ୍କର ତଳ ଦାନ୍ତ ଗୋଟିଏ ନ ଥିଲା  । ଯାହା ଶବ ସହ ମିଶୁନି । ତେଣୁ ଏହି ଶବ ଚନ୍ଦନଙ୍କର ନୁହେଁ ବୋଲି ପରିବାର ଲୋକେ ଅଡି ବସିଛନ୍ତି । ଏପରିକି ସେ ଏହି ଶବକୁ ନେବେ ନାହିଁ ବୋଲି କହିଛନ୍ତି ।ତେଣୁ ଚନ୍ଦନ ଓ କୁନିଝିଅକୁ ନେଇ ଏବେ ବି ଆଶ ଆଶଙ୍କାରେ ଅଛନ୍ତି ପରିବାର ଲୋକେ ।

ସୂଚନାଥାଉ କି, ଗତ ୨୭ ତାରିଖ ଦିନ ଗତ ୨୭ ତାରିଖ ରାତି ୯ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ   ଚନ୍ଦନ ସାହୁ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର୍ଯ୍ୟ ନକରାଯାଇ ପାରି ନ ଥିଲା । ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ । ଶେଷରେ  ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ଏକ ଶବ ମିଳିଥିଲା ଯାହା ଚନ୍ଦନଙ୍କର ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପରେ ଏହା ତାଙ୍କର ନୁହେଁ ବୋଲି ପରିବାର ଲାେକେ କହିଛନ୍ତି ।

 ଚନ୍ଦନ ଗତ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ସୁରତର ଏକ ସୂତା ମିଲରେ କାମ କରୁଥିଲେ ଚନ୍ଦନ । ବିବାହ ପରେ ସୁରଟରେ ରହୁଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ । ପାରିବାରିକ ଅଶାନ୍ତି କାରଣରୁ ଏକ ମାସ ତଳେ ପତ୍ନୀ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଶେଷରେ ଚରମ ପଦକ୍ଷେପ ନେଇଥିଲେ ।

Leave A Reply

Your email address will not be published.