Latest Odisha News

କରୋନାରୁ ସୁସ୍ଥ ପରେ ବି ହେଲେ ସାମାଜିକ ବାସନ୍ଦ

କେନ୍ଦ୍ରାପଡା: କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହେବାକୁ ପଡିଛି ବାସନ୍ଦ । କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଆସିଛି ଏଭଳି ଅଭିଯୋଗ । ଏହି ପଞ୍ଚାୟତର ଜଣେ ବ୍ୟକ୍ତି ବେଙ୍ଗାଲୋରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ୧୨ ଦିନ ରହିବା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କୋଭିଡ ହସ୍ପିଟାଲରେ ୮ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ତେବେ ସେ ସୁସ୍ଥ ହୋଇ ଘଣକୁ ଫେରିବା ପରେ ହୋମ୍ କ୍ୱାରେଂଟାଇନ୍‌ରେ ରହିବା ପାଇଁ ତାଙ୍କୁ କୁହାଯାଇଥିଲା । ସବୁ ନିୟମ ପାଳନ କରିଥିଲେ ସୁସ୍ଥା ତାଙ୍କୁ ଏବଂ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁର ଦୋକାନ ଠାରୁ ଆରମ୍ଭ କରି ସବୁ କିଛି ଉପରେ ଲଗାଇ ଦିଆଯାଇଛି କଟକଣା । ଏପରିକି ତାଙ୍କ ପରିବାରକୁ ନଳକୂଅରୁ ପାଣି ନେବାକୁ ମଧ୍ୟ ବାରଣ କରାଯାଇଛି । ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି, ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.