Latest Odisha News

BREAKING NEWS

ସରିଲା ଦୁଷ୍କନ୍ତଙ୍କ ଶେଷକୃତ୍ୟ, ଅନିଶ୍ଚିତତା ଘେରରେ ତାଙ୍କ ପରିବାର

ପାରାଦୀପ :ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କନ୍ତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। । ଦୁଷ୍କନ୍ତଙ୍କ ଗାଁରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ଦୁଷ୍କନ୍ତ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହ ବିଷ ପିଇଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ସଂସ୍କାର କାର୍ଯ୍ୟ ସରିଛି। ପରିବାର ସଦସ୍ୟ ଏପର୍ଯ୍ୟନ୍ତ ଗାଁ କୁ ଫେରିନଥିବା ବେଳେ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ତରଫରୁ ଦୁଷ୍କନ୍ତଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏହି ଘଟଣାକୁ ନେଇ ଗାଁ ରେ ଚାପା ଉତ୍ତେନା ଲାଗି ରହିଛି।ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍କନ୍ତ ଦାସ ଗତ ଦୁଇ ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। କଟକ ଏସ୍ .ସି .ବିରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ଗୋଡ ଭଲହେବା ବଦଳରେ ସମ୍ପୁର୍ଣ୍ଣ ଷ୍ଟିପ ହୋଇଯାଇଥିବା ଅଭିଯୋଗ କରିଥିଲେ ସେ ।

ଘରର ଏକମାତ୍ର ରୋଜଗାରିଆ ପୁଅ ଦୁଷ୍କନ୍ତ ହୋଇଥିବାରୁ ତାଙ୍କୁ ଜିଲ୍ଲାପ୍ରଶାସନ ସହାୟତାରେ ଗାଁ ଲୋକ ପୁଣି ଏସ ସି ବି ରେ ଭର୍ତି କରିଥିଲେ। ସେ ଭଲକରି ଚାଲିପାରୁନଥିଲେ । ଭୁବନେଶ୍ୱର କେମିତି ଗଲେ ଓ ତାଙ୍କୁ ନିକଟକୁ ବିଷ କିପରି ଆସିଲା ବୋଲି ଗାଁ ଲୋକ କହିଛନ୍ତି । କିଛି ସ୍ୱେଚ୍ଛାସେବୀ ଏଥିରେ ସଂପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ତଦନ୍ତ କରି ସେମାନଙ୍କୁ ଧରିବା ପାଇଁ ଦୁଷ୍କନ୍ତଙ୍କ ବାପା ଓ ପଡୋଶୀ କହିଛନ୍ତି। ସେପଟେ ରାଜ୍ୟ ବିଜେପିର ଏକ ଟିମ୍ ଦୁଷ୍କନ୍ତଙ୍କ ଘରେ ପହଁଚିବା ସହ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ସ୍ତ୍ରୀ ଙ୍କୁ ଚାକିରି ଓ ଝିଅର ପାଠପଢ଼ା ପାଇଁ ୫୦ ଲକ୍ଷ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛି ବିଜେପି।

Comments are closed.