Latest Odisha News

BREAKING NEWS

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାର ୨୧ତମ ସ୍ଥାନରେ କିଟ୍‍

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ, ବିଶ୍ବବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ ତମ ସ୍ଥାନରେ ରହିଛି କିଟ୍‍ । ଗତବର୍ଷ ଏନ୍ଆଇଆରଏଫ ରାଙ୍କିଙ୍ଗ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ କିଟ୍‍ ୨୪ତମ ସ୍ଥାନରେ ରହିଥିବା ବେଳେ, ଚଳିତବର୍ଷ ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଟ୍‍ ଲ ସ୍କୁଲ୍‍ ଦେଶର ଶ୍ରେଷ୍ଠ ଆଇନ୍‍ ବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି ।

BjdElectrycity

ଏହା ବ୍ୟତୀତ କିଟର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । କିଟ୍‍ ମାତ୍ର ୧୭ ବର୍ଷର ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏଥିରେ ୨୮ଟି ବିଭିନ୍ନ ପାଠ୍ୟକ୍ରମ ଥାଇ ଏକ ବୃହତ ଓ ମଲଟି ଡିସିପ୍ଲିନାରୀ ବିଶ୍ବବିଦ୍ୟାଳୟ ହୋଇପାରିଛି । ଏହାରି ଭିତରେ କିଟ୍‍ ବିଶ୍ବବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲଗାତାର ମାଇଲଷ୍ଟୋନ ତିଆରି କରିଆସୁଛି । ଗତ ସପ୍ତାହରେ ପ୍ରକାଶ ପାଇଥିବା ଟାଇମ୍ସ ହାଇଅର ଏଜୁକେସନ୍‍ ବିଶ୍ବ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ରେ କିଟ୍‍ ଭଲ ପ୍ରଦର୍ଶନ କରିଥିଲା । ଏହି ସଫଳତାରେ ନିଜର ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଉତ୍କର୍ଷତା ପ୍ରତିପାଦିତ କରିବାକୁ ହେଲେ ଧୀରେ ଧୀରେ ଆଗକୁ ଯିବାକୁ ହୁଏ । କିଟ୍‍ ମଧ୍ୟ ଧୀରେ ଧୀରେ ଉତ୍କର୍ଷତା ଆଗକୁ ଗତି କରୁଛି । କିଟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏଥିରେ ଖୁସି ପ୍ରକାଶ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇପାରୁଛି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.