Latest Odisha News

BREAKING NEWS

ମହାପ୍ରୟାଣ ଗାଡ଼ି ନଥିବାରୁ ବାଇକରେ ମୃତଦେହ ନେଲେ ପରିବାର

ସୁବର୍ଣ୍ଣପୁର: ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି l ଅର୍ଥ ଅଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ମୃତଦେହ ନେଲେ ପରିବାର l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ l

ସୂଚନା ଅନୁସାରେ, ବିନିକା ସହର ପାତିକାରପଡ଼ାର ବିଦ୍ୟାଧର ନାଏକ (୬୫)ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଘରକୁ ମୃତଦେହ ନେବାପାଇଁ ଅର୍ଥ ଅଭାବ ଥିବାରୁ ବେସରକାରୀ ଗାଡି କରି ପାରି ନଥିଲେ l ଫଳରେ ବାଧ୍ୟ ହୋଇ ପରିବାର ବର୍ଗ ଏକ ବାଇକ ସାହାଯ୍ୟରେ ମୃତେଦହକୁ ନେଇଥିଲେ l

ବିନିକା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ମହାପ୍ରୟାଣ ଗାଡ଼ି ନ ଥିବାରୁ ଖଟିଖିଆ ତଥା ଦିନ ମଜୁରିଆ ପରିବାର ବର୍ଗ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବାଇକ ସାହାଯ୍ୟରେ ଶବ ନେଉଥିବା ଦେଖି ଅଞ୍ଚଳର ଜନସାଧାରଣ ବିଭିନ୍ନ ଚର୍ଚ୍ଚା ହେଉଛି l ବିନିକା ଡାକ୍ତରଖାନା ରେ ମହାପ୍ରୟାଣ ଗାଡି ନ ଥିବାରୁ ଏପରି ସାଇକେଲ, ବାଇକ ତଥା କାନ୍ଧରେ ବୋହି ନେଇଥିବା ପୂର୍ଵରୁ ନଜିର ରହିଛି l

ଏପରି କି ସୁବର୍ଣ୍ଣପୁର ଜିଲ୍ଲାର ପୁର୍ବତନ ସିଡିଏମଓ ବିନିକା ଡାକ୍ତରଖାନାକୁ ମହାପ୍ରୟାଣ ଗାଡି ଦିଆଯିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି l ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାର ବିଧାୟକ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିବା ବେଳେ ଏବେ ପଡୋଶୀ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବିଧାୟକଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଳିଛି l ହେଲେ ବିନିକା ଅଞ୍ଚଳବାସୀଙ୍କ ଯେଉଁ ଦୁଃଖକୁ ସେଇ ଦୁଃଖ ଲାଗି ରହିଛି l ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଵିନିକା ଡାକ୍ତରଖାନା କୁ ଏକ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବା କୁ ଜନସାଧାରଣ ରେ ଦାଵି ହେଉଛି l

Leave A Reply

Your email address will not be published.