Latest Odisha News

BREAKING NEWS

ଜାତୀୟ ପ୍ରତିଷ୍ଠାନ ଆଇଜରକୁ ଆଲୋକିତ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର୍)କୁ ସ୍ଵତନ୍ତ୍ର ଭାବେ ୩୩ କେଭି ବିଦ୍ୟୁ୍ତ ଲାଇନ୍ ସଂଯୋଗ କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଭାରତର ଶିକ୍ଷା ଏବଂ ଗବେଷଣାକୁ ସୁଦୃଢ଼ କରିବା ଦିଗରେ କମ୍ପାନୀ ଭାଗୀଦାର ହୋଇପାରିଛି । ଏହା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଭାରତର ଭବିଷ୍ୟତ ନିର୍ମାଣ କରୁଥିବା ଆଇଜର ଭଳି ଜାତୀୟ ସଂସ୍ଥାକୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ବଙ୍ଗୋପସାଗର କୂଳରେ ଗାରମପେଟା ବେଳାଭୂମି ଠାରୁ ମାତ୍ର ୧ କିମି ଦୂରରେ ଓଡ଼ିଶାର ଏହି ଏକମାତ୍ର ଆଇଜର ରହିଛି । ଶିକ୍ଷା ମନ୍ତ୍ରାଳୟ ଅଧିନରେ ସାରା ଭାରତରେ ଥିବା ମୋଟ ୭ଟି ଆଇଜର୍ ମଧ୍ୟରେ ବ୍ରହ୍ମପୁର ଆଇଜର୍ ଅନ୍ୟତମ । ଗଞ୍ଜାମ ଜିଲ୍ଲାର ଲଉଡ଼ିଗାଁ ଠାରେ ପ୍ରାୟ ୨୦୦ ଏକର ପରିମିତ ଅଞ୍ଚଳରେ ଏହାର ସ୍ଥାୟୀ କ୍ୟାମ୍ପସ ତିଆରି ହୋଇଛି । ଆଇଜର୍ ବ୍ରହ୍ମପୁରରେ ବିଭିନ୍ନ ରାଜ୍ୟର ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୨୫୦ରୁ ଅଧିକ ରିସର୍ଚ୍ଚ ସ୍କଲାର ଅଧ୍ୟୟନ କରୁଛନ୍ତି, ଯାହା ଫଳରେ ଏହି ଅନୁଷ୍ଠାନ ଶିକ୍ଷା ଏବଂ ସାଂସ୍କୃତିକ ବିନିମୟର ଏକ କେନ୍ଦ୍ରସ୍ଥଳୀ ପାଲଟିଛି ।

ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନ୍ ୨୧ କିମି ବ୍ୟାପ୍ତ, ଯେଉଁଥିରେ ୧୬.୬ କିମି ଭୂତଳ ଲାଇନ୍ (ଅଣ୍ଡର ଗ୍ରାଉଣ୍ଡ) ଏବଂ ୪.୮୮ କିମି ଓଭରହେଡ୍ ଲାଇନ୍ ରହିଛି । ଏହି ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ଆଇଜର ଭଳି ଶୈକ୍ଷିକ ଓ ଗବେଷଣା କେନ୍ଦ୍ରକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରେ । ଆଇଜର୍ ବ୍ରହ୍ମପୁର ଭଳି ଉପକୂଳବର୍ତ୍ତୀ ଅନୁଷ୍ଠାନ ପାଇଁ ଭୂତଳ ବିଦ୍ୟୁତ ଲାଇନ୍ ବ୍ୟବସ୍ଥା ବିଶେଷ ଭାବରେ ଲାଭଦାୟକ । ଜଳବାୟୁ ପ୍ରତିରୋଧୀ ବୈଶିଷ୍ଟ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସୁରକ୍ଷା ଯୋଗୁଁ ଭୂତଳ ଲାଇନ୍ ବେଶ୍ ଉପଯୋଗୀ ।

ଟିପିଏସ୍ଓଡିଏଲ୍ ସମଗ୍ର ପ୍ରକଳ୍ପରେ ନିରାପତ୍ତା ଏବଂ ପରିଚାଳନାଗତ ବିଶ୍ୱସନୀୟତା ଉପରେ ପ୍ରାଧାନ୍ୟ ଦେଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବୈଶ୍ୱିକ ସ୍ତରର ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି । ଏଥିରେ ବିଦ୍ୟୁତ ଲାଇନ୍ ପାଖରେ ଥିବା ଗଛ ଡାଳ କାଟିବା, ବିଦ୍ୟୁତ ଭିତ୍ତିଭୂମି ଚାରିପାଖରେ ବୁଦା ସଫା କରିବା, ସୁରକ୍ଷା ପାଚେରୀ ନିର୍ମାଣ, ଆଇସୋଲେଟର ବ୍ଲେଡର ଗ୍ରିଜିଂ ଏବଂ ଆର୍ଥିଙ୍ଗ କେବଲ୍ ଲିଡ ଇତ୍ୟାଦି ପଦକ୍ଷେପ ରହିଛି ।

ଅତିରିକ୍ତ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ନିକଟରେ ଏହି ୩୩ କେଭି ଲାଇନରେ “ବାର୍ଡ୍ ଗାର୍ଡ୍” ସ୍ଥାପନ କରିଛି । ଯାହା ଦ୍ୱାରା ପକ୍ଷୀମାନେ ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସିବାକୁ ରୋକା ଯାଇପାରିବ । ବିଦ୍ୟୁତ ଆଘାତରୁ ପକ୍ଷୀଙ୍କ ରକ୍ଷା କରିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହି ଉପକରଣଗୁଡ଼ିକୁ ଡିଜାଇନ୍ କରାଯାଇଛି । ଏଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିରେ ସ୍ଥାୟୀତା, ନିରାପତ୍ତା ଏବଂ ବିଶ୍ୱସନୀୟତା ଆଣିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଆସିଛି ।

ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭାରତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଜର୍ ବ୍ରହ୍ମପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏଭଳି ଅନୁଷ୍ଠାନକୁ ଭରସାଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିଥିବାରୁ ଆମେ ଗର୍ବିତ । ଭବିଷ୍ୟତରେ ଏକ ସୁଦୃଢ଼ ଶକ୍ତି କ୍ଷେତ୍ରକୁ ନେଇ ଭାରତର ଭିଜନ୍ ଆଧାରରେ ସଷ୍ଟେନେବଲ୍ ଶକ୍ତି ସମାଧାନ ବିକାଶ କରିବା ଦିଗରେ ଆମେ ପ୍ରତିବଦ୍ଧ।”

ଆଇଜର୍ ବ୍ରହ୍ମପୁରର ଉନ୍ନତ ବିଦ୍ୟୁତ ଭିତ୍ତିଭୂମି ଅତ୍ୟାଧୁନିକ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ମାନର  ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହି ପଦକ୍ଷେପ ଆଞ୍ଚଳିକ ଏବଂ ଜାତୀୟ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଟିପିଏସ୍ଓଡିଏଲର ଗୁରୁତ୍ଵକୁ ପ୍ରତିଫଳିତ କରୁଛି ।

ଏହି ପ୍ରକଳ୍ପ ମାଧ୍ୟମରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅତ୍ୟାଧୁନିକ ସ୍ଥାୟୀ ଶକ୍ତି ସମାଧାନ ଯୋଗାଇ ଭାରତର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ସଂକଳ୍ପବଦ୍ଧ । ଆଇଜର୍ ବ୍ରହ୍ମପୁର ଭଳି ଅନୁଷ୍ଠାନକୁ ଉତ୍ତମ ବିଦ୍ୟୁତ ସେବା ଯୋଗାଣ କରିବା ପରେ ବିଜ୍ଞାନ, ଶିକ୍ଷା ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥିତି ସୁଦୃଢ କରିବାରେ ଟିପିଏସ୍ଓଡିଏଲ୍ ଭାଗୀଦାର ହୋଇପାରିଛି ।

Comments are closed.