Latest Odisha News

BREAKING NEWS

ଘର ବାହୁଡା ଯବାନଙ୍କୁ ରେଡ କାର୍ପେଟ ବିଛାଇ ସ୍ୱାଗତ କଲେ ପରିବାର ଲୋକେ; ହୃଦୟ ଭିଜାଇଦେଲା ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବା ଯୁବବର୍ଗଙ୍କର ଏକ ସ୍ୱପ୍ନ । ସେନା ବର୍ଦ୍ଦି ପିନ୍ଧି ଦେଶ ପାଇଁ ସେବା କରିବାର ସୁଯୋଗ ସମସ୍ତଙ୍କୁ   ମିଳି ନଥାଏ । ଭାଗ୍ୟରେ ଥିଲେ ଏ ସୁଯୋଗ ମିଳେ । ଦୁର୍ଗମ ଇଲାକାରେ ରାତିଦିନ ଆତଙ୍କୀଙ୍କୁ ଭଗାଉଥିବା ଭାରତୀୟ ସେନାଙ୍କୁ ଶତ ସମ୍ମାନ । ଏମିତି ସେନାଙ୍କୁ ଯେଉଁଠି ଦେଖିଲେ ବି ସମ୍ମାନରେ ମୁଣ୍ଡ ନଇଁଯାଏ । ସ୍ୱାଧୀନତା ଦିବସ ଅବସରରେ ଏମିତି ଏକ ସୁନ୍ଦର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ  ଭାରତୀୟ ସେନାର ସିପାହୀ ହୋଇ ଯେତେବେଳେ ଘରକୁ ଫେରୁଛନ୍ତି ତାଙ୍କର ଭବ୍ୟ ସ୍ୱାଗତ କରୁଛନ୍ତି ପରିବାର ଲୋକ। ଭିଡିଓକୁ ଶୌର୍ଯ୍ୟ ଚକ୍ର ପାଇଥିବା ଜଣେ ଅବସରପ୍ରାପ୍ତ ମେଜର ପବନ କୁମାର ଏକ୍ସରେ ସେୟାର କରିଛନ୍ତି । ଭିଡିଓଟି ପଞ୍ଜାବ ପ୍ରଦେଶର ।
ମେଜର କ୍ୟାପ୍ଟେନ ଭିଡିଓଟିକୁ କ୍ୟାପସନ ସହ ସେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି, । ଭାରତୀୟ ସେନାର ସିପାହୀ ହେବା ପରେ ଗାଁ ଲୋକେ, ବନ୍ଧୁବାନ୍ଧବ ଗର୍ବ ଅନୁଭବ କରୁଛନ୍ତି । ନାମ୍, ନମକ ଏବଂ ନିଶାନ-ଏଥିପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଲଢିବ ।ଏଥିରୁ ଏତିକି ସ୍ପଷ୍ଟ ହେଉଛି ଯେ, ଯେଉଁ ଦେଶର ସେନାଙ୍କୁ ଲଢିବା ପାଇଁ ଏତେ ପ୍ରେରଣା ମିଳିଥାଏ ସେ ଦେଶ କ’ଣ କେବେ ହାରିପାରେ ? ’

ଭିଡିଓରେ ଦେଖିବାକୁ ମିଳିଛି, ପରିବାରକୁ ଫେରୁଛି ତାଙ୍କର ବୀର ପୁଅ । ଦୀର୍ଘ ଦିନ ପରେ କର୍ତ୍ତବ୍ୟରୁ ବିରାମ ନେଇ ଘରକୁ ଫେରୁଛି । ତାକୁ ପାଛୋଟି ନେବା ପାଇ ଭବ୍ୟ ପ୍ରସ୍ତୁତି କରିଛନ୍ତି ପରିବାର ଲୋକେ । ଭିଡିଓରେ ଦେଖିବାକୁ ମିଳିଛି ଏକ କାର ଏକ ଗହମ ଖେତ ନିକଟରେ ଅଟକୁଛି । ଏହାପରେ  ଭାରତୀୟ ସେନା ପୋଷାକ ପିନ୍ଧିଥିବା ଜଣେ ଯବାନ କାରରୁ ଓହ୍ଲାଉଛନ୍ତି  ତାଙ୍କ ପାଛୋଟି ନେବାପାଇଁ ପରିବାର ଲୋକେ ଏକାଠି ହୋଇଛନ୍ତି ।

ଯବାନଙ୍କ ପାଇଁ ରେଡ କାର୍ପେଟ ପକାଇଛନ୍ତି । ଯବାନଜଣକ ହସି ହସି ରେଡ କାର୍ପେଟରେ ସେନା ଷ୍ଟାଇଲରେ ମାର୍ଚ୍ଚିଂ କରି ଆସୁଛନ୍ତି । ପରିବାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦାଦି ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ତା’ ପରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହା ପରେ ପରିବାରର ସମସ୍ତ ସଦସ୍ୟ ତାଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଯବାନ ପୁଅଙ୍କୁ ପାଖରେ ପାଇ ପରିବାର ଲୋକେ ବେଶ ଖୁସି ଅନୁଭବ କରୁଛନ୍ତି ।

Leave A Reply

Your email address will not be published.