Latest Odisha News

ଡ଼ଙ୍ଗା ଭସାଇବାବେଳେ ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଢ଼ାବନ୍ଦ ଗାଁରେ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ରିତା ମିଶ୍ର ଓ ପ୍ରଭୁ ମିଶ୍ର ।

BjdElectrycity

ସୂଚନା ଅନୁସାରେ, ରିତା ମିଶ୍ର ଓ ତାଙ୍କ ପୁଅ ପ୍ରଭୁ ମିଶ୍ର ସକାଳୁ ଗାଁ ପୋଖରୀରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ । ଡ଼ଙ୍ଗା ଭସାଇବା ସମୟରେ ପୁଅର ଗୋଡ଼ ଖସିଯାଇଥିଲା । ପୁଅକୁ ବଞ୍ଚାଇବାକୁ ଯାଇ ମା’ ପୋଖରୀ ଭିତରକୁ ପଶିଥିଲେ । ଏହି ସମୟରେ ରିତାର ଗୋଡ଼ ଖସିଯାଇ ପାଣିରେ ବୁଡ଼ି ଯାଇଥିଲେ ।

ସ୍ଥାନୀୟ ଲୋକେ ପାଣି ଭିତରୁ ରିତା ଓ ପୁଅକୁ ଉଦ୍ଧାର କରି ଚାରିଛକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.