Latest Odisha News

ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ବସି ‘ଜବାନ୍’ ଦେଖିବାକୁ  ଆସିଲେ ପ୍ରଶଂସକମାନେ

ମୁମ୍ବାଇ: ବଲିଉଡ୍ ବାଦ୍ସା ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଜବାନ୍’କୁ ଦର୍ଶକମାନଙ୍କ ଠାରୁ ଖୁବ୍ ଭଲପାଇବା ମିଳୁଛି । ସିନେମାଟି ବେଶ୍ ମନଛୁଆଁ ହୋଇଥିବାବେଳେ ‘ଜବାନ୍’ ପାଇଁ ଲୋକଙ୍କ କ୍ରେଜ୍ ବଢିବାରେ ଲାଗିଛି । ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ବେଳେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ‘ଜବାନ’ ଦେଖୁବା ପାଇଁ ଲୋକେ ଜେସିବି, ଶଗଡ ଗାଡି ଓ ଟ୍ରାକ୍ଟରରେ ଯାଉଛନ୍ତି । ନିକଟରେ ରିଲିଜ୍ ହୋଇଥ‌ିବା ଗଦର ସିନେମା ‘ଗଦର-୨’ ସମୟରେ ମଧ୍ୟ ଏହି ସମାନ ଦୃଶ୍ୟ ଦେଖ‌ିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୧ ତାରିଖରେ ‘ଗଦର-୨’ ସିନେମା ରିଲିଜ୍ ହୋଇଥୁଲା । ଏନେଇ ସାରା ଦେଶରେ ଏକ ଆଶ୍ଚର୍ଯ୍ୟଜନକ କ୍ରେଜ୍ ଦେଖିବାକୁ ମିଳିଥିଲା । ସିନେମା ଦେଖୁବା ପାଇଁ ଲୋକେ ଟ୍ରକ୍ ଡ ଓ ଟ୍ରାକ୍ଟରରେ ଆସିଥିଲେ । ତେବେ ବର୍ତ୍ତମାନ ସେହିଭଳି କ୍ରେଜ ଶାହାରୁଖ୍ ଖାନଙ୍କ ଫ୍ୟାନ୍ ମାନଙ୍କ ପାଖରେ ମଧ୍ୟ ଦେଖୁବାକୁ ମିଳିଛି । ରାଜସ୍ଥାନର ଭିଲୱାରା ଜିଲ୍ଲାର ଶତାଧୂକ ଗ୍ରାମବାସୀ ‘ଗଦର ୨’ ଦେଖ‌ିବାକୁ ଟ୍ରକ୍ ଓ ଟ୍ରାକ୍ଟରରେ ପ୍ରେକ୍ଷାଳୟକୁ ଆସିଥିଲେ ।

ପ୍ରେକ୍ଷାଳୟରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଭିଲୱାରାର ମୁଖ୍ୟ ବଜାରରୁ ଏକ ଟ୍ରାକ୍ଟର ରାଲି କରିବା ସହିତ ସେମାନେ ସେଥିରେ ‘ଗଦର ୨’ର ପୋଷ୍ଟର୍ ମଧ୍ୟ ଲଗାଇଥିଲେ। ଠିକ୍ ସେହିପରି ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଟ୍ରାକ୍ଟର, ଶଗଡ ଗାଡି ଏବଂ ଜେସିବି ନେଇ ‘ଜବାନ’ ସିନେମା ଦେଖ‌ିବା ପାଇଁ ଯାଇଥିଲେ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ମହାରାଷ୍ଟ୍ରର ଜାଲଗାଓଁ ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ସେଥିରେ ଶାହାରୁଖ୍ ଖାନଙ୍କ କୃଷକ ପ୍ରଶଂସକମାନେ ଜେସିବି, ଶଗଡ ଓ ଟ୍ରାକ୍ଟରରେ ବସି ଜବାନ ଫିଲ୍ମ ଦେଖୁବାକୁ ଯାଉଛନ୍ତି । ଭିଡିଓରୁ ଜଣାପଡୁଛି ଯେ ସେମାନେ ‘ଜବାନ’ ସିନେମାର ପ୍ରଥମ ଦିନ ପ୍ରଥମ ସୋ’ ଦେଖିବାକୁ ଯାଇଥିଲେ । ଗ୍ରାମବାସୀମାନେ ଥିଏଟରକୁ ଯିବାବେଳେ ସେମାନଙ୍କ ପାଖରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ଲାଗିଛି । ସୁଚନା ଥାଉକି, ୭ ସେପ୍ଟେମ୍ବରରେ ରିଲିଜ୍ ହୋଇଥିବା ଜବାନ୍ ଚଳଚ୍ଚିତ୍ର ଆଜି ତୃତୀୟ ଦିନରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୦ କୋଟିରୁ ଅଧିକ ଆୟ କରି ସାରିଛି ।

 

Comments are closed.