Latest Odisha News

BREAKING NEWS

ବାହାରିପାରିଲାନି ନିଷ୍କର୍ସ: ସମୟ ମାଗିଲେ ସରକାର, ୯ରେ ପୁଣି କୃଷକଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ବୈଠକରୁ ବି ବାହାରିପାରିଲାନି ନିଷ୍କର୍ସ । ଆଜିର ବୈଠକରେ ପୁଣି ସମୟ ମାଗିଲେ ସରକାର । ଆସନ୍ତା ୯ ତାରିଖ ସକାଳ ୧୧ଟାରେ ପୁଣି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ । ବୈଠକ ପରେ କୃଷକ ନେତାଙ୍କ ପକ୍ଷରୁ କୁହାଯାଇଛି ଯେ, ସରକାର ୯ ତାରିଖରେ ପ୍ରସ୍ତାବ ପଠାଇବେ । କୃଷକଙ୍କ ମଧ୍ୟରେ ଆଲୋଚନା ହେବା ପରେ ବୈଠକ ହେବ ।

ଆଜି ପାଖାପାଖି ୫ ଘଣ୍ଟା ଧରି ଚାଲିଥିବା ବୈଠକରେ କୃଷି ଆଇନ ପ୍ରତ୍ୟାହାର ହେବ କି ନାହିଁ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଚାହୁଁଥିଲେ କୃଷକ ନେତା । ହେଲେ ସରକାର ୯ ତାରିଖରେ ପରବର୍ତ୍ତୀ ବୈଠକ ପାଇଁ ସ୍ଥିର କରିଥିଲେ । ହେଲେ କୃଷକ ନେତା କହିଥିଲେ, ସରକାର ପ୍ରଥମେ ଲିଖିତ ପ୍ରସ୍ତାବ ପଠାନ୍ତୁ, ଏହା ପରେ ବୈଠକ ନେଇ ନିଷ୍ପତ୍ତି ନିଆଯିବ । ବୈଠକ ବେଳେ କୃଷକମାନେ ସ୍ପଷ୍ଟ କରିଥିଲେ ଯେ, କର୍ପୋରେଟ୍ ଆଇନ୍ ଆବଶ୍ୟକ ନାହିଁ । ଏହା ଦ୍ବାରା କୃଷକଙ୍କୁ ନୁହଁ, ସରକାରଙ୍କୁ ଫାଇଦା ହେବ ।

ବୈଠକ ବେଳେ କୃଷକନେତାମାନେ କହିଛନ୍ତି, ଆମ ପାଖରେ ଏତେ ସାମଗ୍ରୀ ଅଛି ଯେ ଆମେ ବର୍ଷେ ପର୍ଯ୍ୟନ୍ତ ରହିପାରିବୁ । ଆମେ କିଛି ଦିନ ହେବ ରାସ୍ତାରେ ଅଛୁ । ଯଦି ସରକାର ଚାହାନ୍ତି ତେବେ ଆମର କୌଣସି ଅସୁବିଧା ନାହିଁ । ଆଜିର କୃଷକ ନେତାଙ୍କ ସହ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.