ବ୍ରହ୍ମପୁର: ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଲା ଜୱାଦ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁରେ । ମୃତ ଚାଷୀ ଜଣକ ହେଲେ କୈଳାସ ଶବର ।
କୈଳାସ ୨ ଏକର ଜମିକୁ ଭାଗରେ ନେଇ ଚାଷ କରୁଥିଲେ । ଗତକାଲି ସକାଳେ ସେ ତାଙ୍କ ଫସଲ ଦେଖିବାକୁ ଯାଇଥିଲେ । ହେଲେ ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ଲାଗିରହିଥିବା ବର୍ଷାରେ ତାଙ୍କ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ଫସଲ ନଷ୍ଟ ହେବା ଦେଖି ଦୁଃଖରେ ଭାଙ୍ଗିପଡ଼ିଥିଲେ କୈଳାସ । ଚିନ୍ତାରେ ପଡ଼ି ସେ କୀଟନାଶକ ଔଷଧ ପିଇଦେଇଥିବା ପରିବାର ଲୋକ କହିଛନ୍ତି ।
ପରିବାର ଲୋକେ କୈଳାସଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ପ୍ରାଣ ହରାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା ।
Comments are closed.